କର୍ଣ୍ଣାଟକରେ କଂଗ୍ରେସ ଆଗୁଆ

ବେଙ୍ଗାଲୁରୁ : ଆଜି ସକାଳ ୮ଟାରୁ କର୍ଣ୍ଣାଟକରେ ଭୋଟ୍ ଗଣତି ଆରମ୍ଭ ହୋଇଛି। ସକାଳ ୯.୩୦ ସୁଦ୍ଧା ଆସିଥିବା ଭୋଟ୍ ଫଳ ଅନୁଯାୟୀ କଂଗ୍ରେସର ଭୋଟ୍ ପ୍ରତିଶତ ୪୪.୪ ପ୍ରତିଶତ ରହିଛି। ଅନ୍ୟପକ୍ଷେ ବିଜେପିର ଭୋଟ୍ ପ୍ରତିଶତ ୩୭.୪ ପ୍ରତିଶତ ଏବଂ ଜେଡିଏସ୍ର ଭୋଟ୍ ପ୍ରତିଶତ ୧୦.୫ ପ୍ରତିଶତ ରହିଛି। ସବୁଠାରୁ ଅଧିକ ଭୋଟ୍ ପ୍ରତିଶତ ସହ କଂଗ୍ରେସ ଆଗୁଆ ରହିଛି। ସକାଳ ୯.୩୦ ସୁଦ୍ଧା କଂଗ୍ରେସ ୮୨ ଆସନରେ ଆଗୁଆ ଥିବାବେଳେ ବିଜେପି ୫୨ ଆସନରେ […]

Samaya Live Picture
Published On

ବେଙ୍ଗାଲୁରୁ : ଆଜି ସକାଳ ୮ଟାରୁ କର୍ଣ୍ଣାଟକରେ ଭୋଟ୍ ଗଣତି ଆରମ୍ଭ ହୋଇଛି। ସକାଳ ୯.୩୦ ସୁଦ୍ଧା ଆସିଥିବା ଭୋଟ୍ ଫଳ ଅନୁଯାୟୀ କଂଗ୍ରେସର ଭୋଟ୍ ପ୍ରତିଶତ ୪୪.୪ ପ୍ରତିଶତ ରହିଛି। ଅନ୍ୟପକ୍ଷେ ବିଜେପିର ଭୋଟ୍ ପ୍ରତିଶତ ୩୭.୪ ପ୍ରତିଶତ ଏବଂ ଜେଡିଏସ୍ର ଭୋଟ୍ ପ୍ରତିଶତ ୧୦.୫ ପ୍ରତିଶତ ରହିଛି। ସବୁଠାରୁ ଅଧିକ ଭୋଟ୍ ପ୍ରତିଶତ ସହ କଂଗ୍ରେସ ଆଗୁଆ ରହିଛି। ସକାଳ ୯.୩୦ ସୁଦ୍ଧା କଂଗ୍ରେସ ୮୨ ଆସନରେ ଆଗୁଆ ଥିବାବେଳେ ବିଜେପି ୫୨ ଆସନରେ ଆଗୁଆ ଥିଲା। ଜେଡିଏସ୍ ୧୬ଟି ଆସନରେ ଆଗୁଆ ରହିଛି। ଆଜି ଅପରାହ୍ନରେ ସ୍ପଷ୍ଟ ଚିତ୍ର ଆସିଯିବ। ରାଜ୍ୟରେ ଆଜି ୩୬ଟି ଗଣତି କେନ୍ଦ୍ରରେ ଭୋଟ୍ ଗଣତି କରାଯାଉଛି। ରାଜ୍ୟରେ ପ୍ରମୁଖ ନେତାମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ, କଂଗ୍ରେସର ସିଦ୍ଦରମେୟା, ଡିକେ ଶିବକୁମାର ଏବଂ ଜେଡିଏସ୍ର ଏଚଡି କୁମାରସ୍ବାମୀ। ମୋଟ୍‌ ୨୨୪ଟି ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା।

Tags: