କର୍ଣ୍ଣାଟକରେ କଂଗ୍ରେସର ବିଜୟ; ପରାଜୟ ସ୍ବୀକାର କଲା ବିଜେପି
ବେଙ୍ଗାଳୁରୁ: କର୍ଣାଟକରେ କଂଗ୍ରେସ କୁ ବିପୁଳ ବିଜୟ ମିଳିଛି। ଅନ୍ୟପକ୍ଷେ ଦକ୍ଷିଣରେ ଏକମାତ୍ର ରାଜ୍ୟ କର୍ଣାଟକ ଆଜି ବିଜେପି ହାତରୁ ଖସିଯାଇଛି। କଂଗ୍ରେସ ୧୩୦ ଆସନ ରେ ଆଗୁଆ ରହିବା ସହ ମୁଖ୍ୟମନ୍ତ୍ରୀ ବସଭ ରାଜା ବୋମାଇ ପରାଜୟ ସ୍ବୀକାର କରିଛନ୍ତି। ବମାଇ କହିଛନ୍ତି ପ୍ରଧାନମନ୍ତ୍ରୀ ଏବଂ ବିଜେପି କର୍ମୀଙ୍କ ଅନେକ ଉଦ୍ୟମ ସତ୍ତ୍ୱେ ଆମେ ସଫଳ ହୋଇପାରିଲୁନି। ସଂପୂର୍ଣ୍ଣ ଫଳାଫଳ ଆସିଲା ପରେ ଆମେ ଏହାକୁ ବିଶ୍ଳେଷଣ କରିବୁ। ଏବଂ ଏଥିରୁ ଶିକ୍ଷା ଗ୍ରହଣ କରି […]
ବେଙ୍ଗାଳୁରୁ: କର୍ଣାଟକରେ କଂଗ୍ରେସ କୁ ବିପୁଳ ବିଜୟ ମିଳିଛି। ଅନ୍ୟପକ୍ଷେ ଦକ୍ଷିଣରେ ଏକମାତ୍ର ରାଜ୍ୟ କର୍ଣାଟକ ଆଜି ବିଜେପି ହାତରୁ ଖସିଯାଇଛି। କଂଗ୍ରେସ ୧୩୦ ଆସନ ରେ ଆଗୁଆ ରହିବା ସହ ମୁଖ୍ୟମନ୍ତ୍ରୀ ବସଭ ରାଜା ବୋମାଇ ପରାଜୟ ସ୍ବୀକାର କରିଛନ୍ତି। ବମାଇ କହିଛନ୍ତି ପ୍ରଧାନମନ୍ତ୍ରୀ ଏବଂ ବିଜେପି କର୍ମୀଙ୍କ ଅନେକ ଉଦ୍ୟମ ସତ୍ତ୍ୱେ ଆମେ ସଫଳ ହୋଇପାରିଲୁନି। ସଂପୂର୍ଣ୍ଣ ଫଳାଫଳ ଆସିଲା ପରେ ଆମେ ଏହାକୁ ବିଶ୍ଳେଷଣ କରିବୁ। ଏବଂ ଏଥିରୁ ଶିକ୍ଷା ଗ୍ରହଣ କରି ଲୋକସଭା ନିର୍ବାଚନ ଲଢ଼ିବକୁ। ବିଜୟ ସ୍ପଷ୍ଟ ହେବା ପରେ କଂଗ୍ରେସ ଏହାର ବିଧାୟକ ମାନଙ୍କୁ ବେଙ୍ଗାଳୁରୁରେ ପହଞ୍ଚିବାକୁ କହିଛି। କର୍ଣାଟକରେ ୨୨୪ ଆସନରେ ଭୋଟ ଗ୍ରହଣ ହୋଇଛି। ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩। କଂଗ୍ରେସ ଏହି ମ୍ୟାଜିକ ନମ୍ବର ଅତିକ୍ରମ କରି ଏକକ ବଡ଼ ଦଳ ସାବ୍ୟସ୍ତ ହୋଇଛି। କର୍ଣାଟକରେ ଝୁଲା ସରକାର ଗଠନ ହେବ ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି।




