କର୍ଣ୍ଣାଟକରେ ଆର୍ ଅଶୋକଙ୍କୁ ବିରୋଧୀ ଦଳ ନେତା ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ : ବିଜେପି ଶୁକ୍ରବାର ଦିନ ଆର୍ ଅଶୋକଙ୍କୁ କର୍ଣ୍ଣାଟକ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତ କରିଛି। ଆଜି ଦିନରେ ବିଧାୟକ ଦଳ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ ଶେଷ ହେବାର ଅନେକ ଦିନ ପରେ ବି ବିଜେପି କର୍ଣ୍ଣାଟକରେ ବିରୋଧୀ ଦଳ ନେତା ନିଯୁକ୍ତ କରିବାରେ ବିଳମ୍ବ କରିଥିବାରୁ ବିଜେପିକୁ ଏଥିପାଇଁ କର୍ଣ୍ଣାଟକରେ ଶାସକ କଂଗ୍ରେସଠାରୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଉଲ୍ଲେଖଯୋଗ୍ୟ ଯେ ଗତ ମେ’ରେ କର୍ଣ୍ଣାଟକରେ ରାଜ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ : ବିଜେପି ଶୁକ୍ରବାର ଦିନ ଆର୍ ଅଶୋକଙ୍କୁ କର୍ଣ୍ଣାଟକ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତ କରିଛି। ଆଜି ଦିନରେ ବିଧାୟକ ଦଳ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ ଶେଷ ହେବାର ଅନେକ ଦିନ ପରେ ବି ବିଜେପି କର୍ଣ୍ଣାଟକରେ ବିରୋଧୀ ଦଳ ନେତା ନିଯୁକ୍ତ କରିବାରେ ବିଳମ୍ବ କରିଥିବାରୁ ବିଜେପିକୁ ଏଥିପାଇଁ କର୍ଣ୍ଣାଟକରେ ଶାସକ କଂଗ୍ରେସଠାରୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଉଲ୍ଲେଖଯୋଗ୍ୟ ଯେ ଗତ ମେ’ରେ କର୍ଣ୍ଣାଟକରେ ରାଜ୍ୟ ବିଧାନସଭା ନିର୍ବାଚନ ହୋଇଥିଲା। କଂଗ୍ରେସ ୧୩୫ ଆସନରେ ଜିତି ବିଜୟୀ ହୋଇଥିବାବେଳେ ବିଜେପି ମାତ୍ର ୬୬ ଆସନରେ ଜିତିଥିଲା।

Tags: