କରୋନାରେ ଡିଏମଡିକେ ମୁଖ୍ୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଅଭିନେତା ଏବଂ ଡିଏମଡିକେ ମୁଖ୍ୟ ବିଜୟକାନ୍ତ (୭୧)ଙ୍କ ଆଜି ପରଲୋକ ଘଟିଛି। ସେ କରୋନା ସଂକ୍ରମିତ ହୋଇ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ହସ୍ପିଟାଲ୍ ପକ୍ଷରୁ ତାଙ୍କୁ ନିମୋନିଆ ହୋଇଥିବା କୁହାଯାଇଛି। ହସ୍ପିଟାଲ ପକ୍ଷରୁ ଏକ ବିବୃତି ଜାରି କରି ଏହା କୁହାଯାଇଛି ଯେ କ୍ୟାପଟେନ ବିଜୟକାନ୍ତଙ୍କୁ ନିମୋନିଆ ହେବାପରେ ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ତେବେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଆଜି ସକାଳେ […]

Samaya Live Picture
Published On

ନୂଆଦିଲ୍ଲୀ : ଅଭିନେତା ଏବଂ ଡିଏମଡିକେ ମୁଖ୍ୟ ବିଜୟକାନ୍ତ (୭୧)ଙ୍କ ଆଜି ପରଲୋକ ଘଟିଛି। ସେ କରୋନା ସଂକ୍ରମିତ ହୋଇ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ହସ୍ପିଟାଲ୍ ପକ୍ଷରୁ ତାଙ୍କୁ ନିମୋନିଆ ହୋଇଥିବା କୁହାଯାଇଛି। ହସ୍ପିଟାଲ ପକ୍ଷରୁ ଏକ ବିବୃତି ଜାରି କରି ଏହା କୁହାଯାଇଛି ଯେ କ୍ୟାପଟେନ ବିଜୟକାନ୍ତଙ୍କୁ ନିମୋନିଆ ହେବାପରେ ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ତେବେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ଡିଏମ୍ଡିକେ ନେତାଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଷ୍ଟାଲିନ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏକ୍ସରେ ଏକ ପୋଷ୍ଟ୍ କରି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି, ବିଜୟକାନ୍ତ ଏଭଳି ଏକ ଶୂନ୍ୟସ୍ଥାନ ଛାଡ଼ି ଯାଇଛନ୍ତି ଯାହାକୁ ପୂରଣ କରିବା ଅତ୍ୟନ୍ତ କଷ୍ଟଦାୟକ।

Tags: