କମ୍ ମୂଲ୍ୟରେ ଉତ୍ତମ ମାନର ମଦ ଦେବାପାଇଁ ଭୋଟରଙ୍କୁ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶରେ ଟିଡିପି (ତେଲୁଗୁ ଦେଶମ ପାର୍ଟି) ନେତୃତ୍ବାଧୀନ ବିରୋଧୀ ଦଳ ଭୋଟରମାନଙ୍କୁ ଏକ ବିରଳ ପ୍ରତିଶ୍ରୁତି ଦେଇଛି। କମ୍ ମୂଲ୍ୟରେ ଉତ୍ତମ ମାନର ମଦ ମିଳିବ ବୋଲି ଟିଡିପି ଭୋଟରମାନଙ୍କୁ ପ୍ରତିଶ୍ରୁତି ଦେଇଛି। ଟିଡିପି ସୁପ୍ରିମୋ ଏବଂ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ କୁପ୍ପମରେ ଏକ ନିର୍ବାଚନ ରାଲିରେ ଏହି ପ୍ରତିଶ୍ରୁତି ଦେଇଛନ୍ତି। ରାଲିରେ ନାଇଡୁ କହିଥିଲେ ଟିଡିପି ସରକାର ଗଠନ ହେବାର ୪୦ ଦିନ ପରେ କେବଳ ଉତ୍ତମ ମାନର […]

Samaya Live Picture
Published On

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶରେ ଟିଡିପି (ତେଲୁଗୁ ଦେଶମ ପାର୍ଟି) ନେତୃତ୍ବାଧୀନ ବିରୋଧୀ ଦଳ ଭୋଟରମାନଙ୍କୁ ଏକ ବିରଳ ପ୍ରତିଶ୍ରୁତି ଦେଇଛି। କମ୍ ମୂଲ୍ୟରେ ଉତ୍ତମ ମାନର ମଦ ମିଳିବ ବୋଲି ଟିଡିପି ଭୋଟରମାନଙ୍କୁ ପ୍ରତିଶ୍ରୁତି ଦେଇଛି। ଟିଡିପି ସୁପ୍ରିମୋ ଏବଂ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ କୁପ୍ପମରେ ଏକ ନିର୍ବାଚନ ରାଲିରେ ଏହି ପ୍ରତିଶ୍ରୁତି ଦେଇଛନ୍ତି। ରାଲିରେ ନାଇଡୁ କହିଥିଲେ ଟିଡିପି ସରକାର ଗଠନ ହେବାର ୪୦ ଦିନ ପରେ କେବଳ ଉତ୍ତମ ମାନର ମଦ ନୁହେଁ ବରଂ ମଦର ମୂଲ୍ୟ ମଧ୍ୟ କମାଯିବ। ନାଇଡ଼ୁ ମଧ୍ୟ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଏବଂ ତାଙ୍କ ୱାଇଏସଆରସିପି ଦଳ ଉପରେ ପ୍ରବଳ ବର୍ଷିଛନ୍ତି। ରାଜ୍ୟରେ ମଦ ନିଷିଦ୍ଧ କରିବା ସଂକ୍ରାନ୍ତ ପ୍ରତିଶ୍ରୁତି ପାଳନ କରିନଥିବାରୁ ନାଇଡ଼ୁ ରେଡ୍ଡିଙ୍କ ଉପରେ ବର୍ଷିଛନ୍ତି। କୁପ୍ପମରେ ଉଦବୋଧନ ଦେଇ ନାଇଡ଼ୁ କହିଛନ୍ତି, ମଦର ମୂଲ୍ୟ କମାଇବା ଆମର ଯୁବ ଭାଇମାନଙ୍କର ଦାବି। ନାଇଡ଼ୁ କହିଛନ୍ତି, ଜଗନ ରେଡ୍ଡି ଗୋଟିଏ ନିପ୍ ମୂଲ୍ୟ ୬୦ ଟଙ୍କାରୁ ୨୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ଓ ୧୦୦ ଟଙ୍କା ସିଧା ନିଜ ପକେଟରେ ପୂରାଉଛନ୍ତି। ୨୦୨୨-୨୩ରେ ୱାଇଏସଆର କଂଗ୍ରେସ ପାର୍ଟି ସରକାର ପ୍ରାୟ ୨୪ ହଜାର କୋଟି ଟଙ୍କାର ଅବକାରୀ ରାଜସ୍ବ ସଂଗ୍ରହ କରିଛନ୍ତି। କିନ୍ତୁ ୨୦୧୯-୨୦ରେ ଏହା ୧୭ ହଜାର କୋଟି ଥିଲା। ଆନ୍ଧ୍ରପ୍ରଦେଶରେ ସରକାରୀ ଆଉଟଲେଟ ଗୁଡ଼ିକରେ ମଦ ବିକ୍ରି ହେଉଛି ବୋଲି ସେ କହିଛନ୍ତି।

Tags: