କମଳା ହାରିସଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଡେମୋକ୍ରାଟିକ୍‌ ଦଳ

ୱାସିଂଟନ: ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ ସୋମବାର ଆନୁଷ୍ଠାନିକ ଭାବେ ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଏବଂ ନଭେମ୍ବର ନିର୍ବାଚନରେ ଦଳର ନେତୃତ୍ୱ ନେବାରେ ପ୍ରଥମ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି। ୨୦୨୦ ନିର୍ବାଚନରେ ଆମେରିକା ଇତିହାସରେ ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଥିବା ୫୯ ବର୍ଷୀୟ ହାରିସଙ୍କ ନାମାଙ୍କନ ସୋମବାର ରାତିରେ ଡେମୋକ୍ରାଟିକ୍ ନ୍ୟାସନାଲ କନଭେନ୍ସନ୍ ପ୍ରତିନିଧିଙ୍କ ଦ୍ୱାରା ପାଞ୍ଚ ଦିନିଆ ଅନଲାଇନ୍ ଭୋଟିଂ ଶେଷ ହେବା ପରେ ଚୂଡ଼ାନ୍ତ ହୋଇଛି। ନଭେମ୍ବରରେ ହେବାକୁ […]

Samaya Live Picture
Published On

ୱାସିଂଟନ: ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ ସୋମବାର ଆନୁଷ୍ଠାନିକ ଭାବେ ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଏବଂ ନଭେମ୍ବର ନିର୍ବାଚନରେ ଦଳର ନେତୃତ୍ୱ ନେବାରେ ପ୍ରଥମ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି। ୨୦୨୦ ନିର୍ବାଚନରେ ଆମେରିକା ଇତିହାସରେ ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଥିବା ୫୯ ବର୍ଷୀୟ ହାରିସଙ୍କ ନାମାଙ୍କନ ସୋମବାର ରାତିରେ ଡେମୋକ୍ରାଟିକ୍ ନ୍ୟାସନାଲ କନଭେନ୍ସନ୍ ପ୍ରତିନିଧିଙ୍କ ଦ୍ୱାରା ପାଞ୍ଚ ଦିନିଆ ଅନଲାଇନ୍ ଭୋଟିଂ ଶେଷ ହେବା ପରେ ଚୂଡ଼ାନ୍ତ ହୋଇଛି। ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀ ହୋଇଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି ହାରିସ ‘ଏକ୍ସ’ରେ ପୋଷ୍ଟ୍‌ କରି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ୍ ହାଉସ୍ ଦୌଡ଼ରୁ ବିଦାୟ ନେବା ପରେ କମଳା ହାରିସ ଉତ୍ସାହିତ ହୋଇ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ତେବେ ହାରିସ ଓ ତାଙ୍କ ଦଳ ୧୯୭୬ ଜଣ ଡେମୋକ୍ରାଟିକ୍ ପ୍ରତିନିଧିଙ୍କ ସମର୍ଥନ ହାସଲ କରିବା ପାଇଁ ଦ୍ରୁତ ଗତିରେ କାମ କରିଥିଲେ।

Tags: