କମଳା ହାରିସଙ୍କୁ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାରାକ୍ ଓବାମାଙ୍କ ସମର୍ଥନ
ୱାସିଂଟନ: କିଛି ଦିନର କଳ୍ପନା ଜଳ୍ପନା ପରେ ଶେଷରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିଲ୍ ଓବାମା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରିଛନ୍ତି। ଏକ ଟ୍ବିଟ୍ କରି ବାରାକ୍ ଓବାମା କହିଛନ୍ତି, ସେ ଏବଂ ତାଙ୍କ ପତ୍ନୀ ଭାବୁଛନ୍ତି ଯେ ସେମାନଙ୍କ ବନ୍ଧୁ ହାରିସ ଆମେରିକାର ଅତି ଚମତ୍କାର ରାଷ୍ଟ୍ରପତି ହୋଇପାରିବେ। ଓବାମା କହିଛନ୍ତି, ଚଳିତ ସପ୍ତାହ ଆରମ୍ଭରେ ପତ୍ନୀ ମିସେଲ୍ ଏବଂ […]
ୱାସିଂଟନ: କିଛି ଦିନର କଳ୍ପନା ଜଳ୍ପନା ପରେ ଶେଷରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିଲ୍ ଓବାମା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରିଛନ୍ତି। ଏକ ଟ୍ବିଟ୍ କରି ବାରାକ୍ ଓବାମା କହିଛନ୍ତି, ସେ ଏବଂ ତାଙ୍କ ପତ୍ନୀ ଭାବୁଛନ୍ତି ଯେ ସେମାନଙ୍କ ବନ୍ଧୁ ହାରିସ ଆମେରିକାର ଅତି ଚମତ୍କାର ରାଷ୍ଟ୍ରପତି ହୋଇପାରିବେ। ଓବାମା କହିଛନ୍ତି, ଚଳିତ ସପ୍ତାହ ଆରମ୍ଭରେ ପତ୍ନୀ ମିସେଲ୍ ଏବଂ ମୁଁ ଆମର ବନ୍ଧୁ କମଳା ହାରିସଙ୍କୁ ଫୋନ୍ କରିଥିଲୁ ଏବଂ ଆମେ ତାଙ୍କୁ କହିଥିଲୁ ଯେ ସେ ଆମେରିକାର ଜଣେ ଚମତ୍କାର ରାଷ୍ଟ୍ରପତି ହୋଇପାରିବେ। ଆମେ ହାରିସଙ୍କୁ ଆମର ସମର୍ଥନ ଜଣାଇଥିଲୁ।
ଓବାମା କହିଛନ୍ତି, ଆମ ଦେଶର ଏଭଳି ଜଟିଳ ମୁହୂର୍ତ୍ତରେ ଆମେ ହାରିସଙ୍କ ବିଜୟ ପାଇଁ ଯାହାକିଛି ଆବଶ୍ୟକ କରିବାପାଇଁ ପ୍ରସ୍ତୁତ। ଆମେ ଆଶା କରୁଛୁ ଯେ ଆପଣମାନେ ମଧ୍ୟ ଆମ ସହ ଯୋଗଦେବେ। ହାରିସଙ୍କୁ ଓବାମା ଖୋଲାଖୋଲି ସମର୍ଥନ କରିବା ସହ ତାଙ୍କ ସହ ଫୋନ୍ କଲ୍ରେ କଥା ହେବାର ଏକ କ୍ଲିପ୍ ମଧ୍ୟ ଏକ୍ସରେ ପୋଷ୍ଟ୍ କରିଛନ୍ତି।




