‘କବଚ’ ଥିଲେ ଦୁର୍ଘଟଣା ଏଡାଇ ହୋଇଥାନ୍ତା
କୋଲକାତା: ନ୍ୟୁ ଜଲପାଇଗୁଡ଼ି ନିକଟରେ ଆଜି ସିୟାଲଦହ କାଞ୍ଚନଜଙ୍ଘା ଏକ୍ସପ୍ରେସ୍କୁ ପଛପଟୁ ଏକ ମାଲ୍ବାହୀ ଟ୍ରେନ୍ ଧକ୍କା ଦେବା ଫଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ଘଟିଥିବା ଗୁଆହାଟୀ- ଦିଲ୍ଲୀ ମାର୍ଗରେ ଦୁର୍ଘଟଣା ନିରୋଧ ବ୍ୟବସ୍ଥା ‘କବଚ’ ଥିଲେ ଆଜି ଏତେବଡ଼ ଦୁର୍ଘଟଣା ହୋଇନଥାନ୍ତା। ରେଳ ବୋର୍ଡ ଅଧ୍ୟକ୍ଷ ଜୟ ବର୍ମା ସିହ୍ନା କହିଛନ୍ତି, ଗୁଆହାଟୀ ମାର୍ଗରେ କବଚ କାର୍ଯ୍ୟକାରୀ ହୋଇନି। ମାଲବାହୀ ଟ୍ରେନ୍ ଲୋକୋ […]
କୋଲକାତା: ନ୍ୟୁ ଜଲପାଇଗୁଡ଼ି ନିକଟରେ ଆଜି ସିୟାଲଦହ କାଞ୍ଚନଜଙ୍ଘା ଏକ୍ସପ୍ରେସ୍କୁ ପଛପଟୁ ଏକ ମାଲ୍ବାହୀ ଟ୍ରେନ୍ ଧକ୍କା ଦେବା ଫଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ଘଟିଥିବା ଗୁଆହାଟୀ- ଦିଲ୍ଲୀ ମାର୍ଗରେ ଦୁର୍ଘଟଣା ନିରୋଧ ବ୍ୟବସ୍ଥା ‘କବଚ’ ଥିଲେ ଆଜି ଏତେବଡ଼ ଦୁର୍ଘଟଣା ହୋଇନଥାନ୍ତା। ରେଳ ବୋର୍ଡ ଅଧ୍ୟକ୍ଷ ଜୟ ବର୍ମା ସିହ୍ନା କହିଛନ୍ତି, ଗୁଆହାଟୀ ମାର୍ଗରେ କବଚ କାର୍ଯ୍ୟକାରୀ ହୋଇନି। ମାଲବାହୀ ଟ୍ରେନ୍ ଲୋକୋ ପାଇଲଟ୍ଙ୍କ ଦ୍ବାରା ହୋଇଥିବା ସମ୍ଭାବ୍ୟ ମାନବୀୟ ତ୍ରୁଟିରୁ ଏହି ଦୁର୍ଘଟଣା ହୋଇଥିବା ସେ କହିଛନ୍ତି। ସିହ୍ନା କହିଛନ୍ତି, ଏକ ମିସନ୍ ଆଧାରରେ ‘କବଚ’ କାର୍ଯ୍ୟକାରୀ କରାଯାଉଛି। ଏବେ ଏହା ୧୫୦୦ କିମି ରେଳ ଧାରଣାରେ କାର୍ଯ୍ୟକାରୀ ହୋଇସାରିଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଅନ୍ୟ ୩ ହଜାର କିମି ରେଳ ଧାରଣାରେ କାର୍ଯ୍ୟକାରୀ ହେବ।




