କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ୫୦ ବରିଷ୍ଠ ଡାକ୍ତର ଇସ୍ତଫା ଦେଲେ
କୋଲକାତା: କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି କୋଲକାତାର ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ବରିଷ୍ଠ ଡାକ୍ତରମାନେ ଇସ୍ତଫା ଦେଇଛନ୍ତି। ୫୦ ଜଣ ବରିଷ୍ଠ ଡାକ୍ତର ଇସ୍ତଫା ଦେବା ପରେ ଛାତ୍ରଛାତ୍ରୀମାନେ ତାଳି ବଜାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ସହକର୍ମୀଙ୍କୁ ନ୍ୟାୟ, କ୍ୟାମ୍ପସ ଗଣତନ୍ତ୍ର ଓ ହସ୍ପିଟାଲରେ ରୋଗୀ-ଅନୁକୂଳ ବ୍ୟବସ୍ଥା ଦାବିରେ କନିଷ୍ଠ ଡାକ୍ତରମାନେ ଶନିବାରଠାରୁ ଅନଶନରେ ବସିଛନ୍ତି। ରାଜ୍ୟର ସମସ୍ତ ହସ୍ପିଟାଲ ଓ ମେଡିକାଲ କଲେଜ ପାଇଁ ଏକ କେନ୍ଦ୍ରୀୟ […]
କୋଲକାତା: କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି କୋଲକାତାର ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ବରିଷ୍ଠ ଡାକ୍ତରମାନେ ଇସ୍ତଫା ଦେଇଛନ୍ତି। ୫୦ ଜଣ ବରିଷ୍ଠ ଡାକ୍ତର ଇସ୍ତଫା ଦେବା ପରେ ଛାତ୍ରଛାତ୍ରୀମାନେ ତାଳି ବଜାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ସହକର୍ମୀଙ୍କୁ ନ୍ୟାୟ, କ୍ୟାମ୍ପସ ଗଣତନ୍ତ୍ର ଓ ହସ୍ପିଟାଲରେ ରୋଗୀ-ଅନୁକୂଳ ବ୍ୟବସ୍ଥା ଦାବିରେ କନିଷ୍ଠ ଡାକ୍ତରମାନେ ଶନିବାରଠାରୁ ଅନଶନରେ ବସିଛନ୍ତି।
ରାଜ୍ୟର ସମସ୍ତ ହସ୍ପିଟାଲ ଓ ମେଡିକାଲ କଲେଜ ପାଇଁ ଏକ କେନ୍ଦ୍ରୀୟ ରେଫରାଲ ବ୍ୟବସ୍ଥା ପ୍ରତିଷ୍ଠା, କେତେ ଶଯ୍ୟା ଖାଲି ଅଛି ତାହା ନିରୀକ୍ଷଣର ବ୍ୟବସ୍ଥା, ସିସିଟିଭି, ଅନ୍ କଲ୍ ରୁମ୍ (ବିଶ୍ରାମ ଗୃହ) ଓ ଶୌଚାଳୟ ପାଇଁ ଅତ୍ୟାବଶ୍ୟକ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଟାସ୍କ ଫୋର୍ସ ଗଠନ କରିବା ସେମାନଙ୍କର ଅନ୍ୟାନ୍ୟ ଦାବି ଭିତରେ ରହିଛି। ହସ୍ପିଟାଲରେ ପୁଲିସ ସୁରକ୍ଷା ବୃଦ୍ଧି, ସ୍ଥାୟୀ ମହିଳା ପୁଲିସ କର୍ମଚାରୀ ନିଯୁକ୍ତି, ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ସେମାନେ ଦାବି କରିଛନ୍ତି। ଆଗାମୀ ସ୍ୱାସ୍ଥ୍ୟ ବିପର୍ଯ୍ୟୟରୁ ଆମ ପିଲାମାନଙ୍କୁ ରକ୍ଷା କରିବା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳି ନ ଥିବାରୁ ସାମୂହିକ ଇସ୍ତଫା ନିଷ୍ପତ୍ତି ନିଆଯାଇଛି। ପ୍ରାୟ ୧୫ ଜଣ ବରିଷ୍ଠ ଡାକ୍ତର ପ୍ରତୀକାତ୍ମକ ଅନଶନ କରି ନିଜ କନିଷ୍ଠଙ୍କ ସହ ସାମିଲ ହୋଇଥିଲେ।




