କନିଷ୍ଠ ଓକିଲଙ୍କ ପାଇଁ ବସିବା ବ୍ୟବସ୍ଥା କଲେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଆଜି ଶୁଣାଣି ସମୟରେ କୋର୍ଟ ରୁମରେ ଯୁବ ଓକିଲଙ୍କ ପାଇଁ ବସିବା ବ୍ୟବସ୍ଥା କରିଛନ୍ତି। ଆଜି କୋର୍ଟରେ ଏକ ମାମଲାର ଶୁଣାଣି ମଝିରେ ସଲିସିଟର ଜେନେରାଲ ତୁଷାର ମେହଟାଙ୍କୁ ଅଟକାଇ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ତାଙ୍କ ପଛରେ ଠିଆ ହୋଇଥିବା କନିଷ୍ଠ ଆଇନଜୀବୀଙ୍କ ପାଇଁ ବସିବା ବ୍ୟବସ୍ଥା କରିଥିଲେ। ପ୍ରଧାନ ବିଚାରପତି ସଲିସିଟର ତୁଷାର ମେହଟାଙ୍କୁ କହିଥିଲେ, ଆମର ସମସ୍ତ […]
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଆଜି ଶୁଣାଣି ସମୟରେ କୋର୍ଟ ରୁମରେ ଯୁବ ଓକିଲଙ୍କ ପାଇଁ ବସିବା ବ୍ୟବସ୍ଥା କରିଛନ୍ତି। ଆଜି କୋର୍ଟରେ ଏକ ମାମଲାର ଶୁଣାଣି ମଝିରେ ସଲିସିଟର ଜେନେରାଲ ତୁଷାର ମେହଟାଙ୍କୁ ଅଟକାଇ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ତାଙ୍କ ପଛରେ ଠିଆ ହୋଇଥିବା କନିଷ୍ଠ ଆଇନଜୀବୀଙ୍କ ପାଇଁ ବସିବା ବ୍ୟବସ୍ଥା କରିଥିଲେ। ପ୍ରଧାନ ବିଚାରପତି ସଲିସିଟର ତୁଷାର ମେହଟାଙ୍କୁ କହିଥିଲେ, ଆମର ସମସ୍ତ କନିଷ୍ଠ ଓକିଲ ଦିନ ସାରା ଠିଆ ହୋଇ ରହୁଛନ୍ତି। ସେମାନେ ନିଜ ହାତରେ ଲାପଟପ୍ ଧରି ସାରା ଦିନ ଠିଆ ହୋଇ ରହୁଥିବା ମୁଁ ଦେଖୁଛି। ତେଣୁ ଆଜି ଅପରାହ୍ନରେ ଆପଣଙ୍କ ପଛରେ ସେମାନଙ୍କର ବସିବା ବ୍ୟବସ୍ଥା କରାଯାଉ ବୋଲି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ମେହଟାଙ୍କୁ କହିଥିଲେ। ତେବେ ଅପରାହ୍ନରେ ଆଜି ମାମଲାର ପୁଣିଥରେ ଶୁଣାଣି ଆରମ୍ଭ ହେବା ସମୟରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କୋର୍ଟରୁମରେ ଧାଡ଼ିକି ଧାଡ଼ି ହୋଇ ସବୁ ଷ୍ଟୁଲ୍ ପଡ଼ିଥିଲା। ମିଳିଥିବା ସୂଚନାନୁଯାୟୀ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ସିଧାସଳଖ ଭାବେ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ।




