କତାରରୁ ଫେରିଲେ ୮ ପୂର୍ବତନ ନୌସେନା ଅଧିକାରୀ, ଫେବ୍ରୁଆରି ୧୪ରେ କତାର ଯିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୪ ତାରିଖରେ ଦୁଇ ଦିନିଆ ୟୁଏଇ ଗସ୍ତ ଶେଷ କରିବା ପରେ କତାର ଗସ୍ତ କରିବେ। ଆଜି କତାରରେ ବନ୍ଦି ଥିବା ୮ ପୂର୍ବତନ ନୌସେନା ଅଧିକାରୀ ମୁକ୍ତ ହେବାପରେ ବୈଦେଶିକ ସଚିବ ବିନୟ କ୍ବାତ୍ରା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିନୟ କ୍ବାତ୍ରା କହିଛନ୍ତି ,ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ଦୃଢ଼ିଭୂତ କରିବାକୁ ଉଦ୍ଦିଷ୍ଟ। ୧୪ ଫେବ୍ରୁଆରିରେ ମୋଦୀ ୟୁଏଇ […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୪ ତାରିଖରେ ଦୁଇ ଦିନିଆ ୟୁଏଇ ଗସ୍ତ ଶେଷ କରିବା ପରେ କତାର ଗସ୍ତ କରିବେ। ଆଜି କତାରରେ ବନ୍ଦି ଥିବା ୮ ପୂର୍ବତନ ନୌସେନା ଅଧିକାରୀ ମୁକ୍ତ ହେବାପରେ ବୈଦେଶିକ ସଚିବ ବିନୟ କ୍ବାତ୍ରା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିନୟ କ୍ବାତ୍ରା କହିଛନ୍ତି ,ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ଦୃଢ଼ିଭୂତ କରିବାକୁ ଉଦ୍ଦିଷ୍ଟ। ୧୪ ଫେବ୍ରୁଆରିରେ ମୋଦୀ ୟୁଏଇ ଗସ୍ତ ଶେଷ କରିବା ପରେ ଅପରାହ୍ନରେ କତାର ପହଞ୍ଚିବେ। ସେଠାରେ ଦୁଇ ଦିନ ରହଣି ମଧ୍ୟରେ କତାରର ଅମିର ସେକ୍ ତାମିନ୍ ବିନ୍ ହାମଦ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ। ୨୦୧୪ରୁ ୨୦୨୪ ଫେବ୍ରୁଆରି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହା ଦ୍ବିତୀୟ କତର ଗସ୍ତ। ବର୍ତମାନ ଉଭୟ ଦେଶର ଦ୍ବିପାକ୍ଷିକ ବାଣିଜ୍ୟିକ ପରିମାଣ ୨୦ ବିଲିଅନ୍ ଡଲାର ରହିଛି। ସୂଚନାଯୋଗ୍ୟ ଅଗଷ୍ଟ ୨୦୨୨ରେ କତାରରେ ଗୁଇନ୍ଦାଗିରି ଅଭିଯୋଗରେ ୮ ଭାରତୀୟ ନୌସେନା ଅଧିକାରୀ ଗିରଫ ହୋଇଥିଲେ। ୨୦୨୩ ଅକ୍ଟୋବର ୨୬ରେ କତର କୋର୍ଟ ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଘୋଷଣା କରିଥିଲା। ଡିସେମ୍ବର ୨୮ ତାରିଖରେ ସେମାନଙ୍କ ମୃତ୍ୟୁ ଦଣ୍ଡକୁ ଜେଲ୍ ଦଣ୍ଡରେ ପରିବର୍ତିତ କରାଯାଇଥିଲା। ଏହାର ୪୬ ଦିନ ପରେ ଆଜି ସମସ୍ତ ବନ୍ଦି ପୂର୍ବତନ ନୌସେନା ଅଧିକାରୀ ଭାରତ ଫେରି ଆସିଛନ୍ତି।

Tags: