କତରରେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ
ନୂଆଦିଲ୍ଲ: କତରରେ ଗତବର୍ଷ ଗିରଫ ହୋଇଥିବା ଭାରତର ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ହୋଇଛି। କତରର ଏକ ଅଦାଲତ ଆଜି ଏହି ରାୟ ଦେଇଛନ୍ତି। ତେବେ କତର ଅଦାଲତର ଏଭଳି ରାୟକୁ ଭାରତ ସରକାର ବିସ୍ମୟକର ଓ ବହୁତ ଖରାପ ବୋଲି କହିଛନ୍ତି। ଆଜି ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ବିବୃତି ଜାରି କରାଯାଇଛି। ଏହି ବିବୃତିରେ କୁହାଯାଇଛି ଯେ ଭାରତୀୟ ନାଗରିକଙ୍କ ମୁକ୍ତି ସୁନିଶ୍ଚିତ କରିବା ପାଇଁ […]
ନୂଆଦିଲ୍ଲ: କତରରେ ଗତବର୍ଷ ଗିରଫ ହୋଇଥିବା ଭାରତର ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ହୋଇଛି। କତରର ଏକ ଅଦାଲତ ଆଜି ଏହି ରାୟ ଦେଇଛନ୍ତି। ତେବେ କତର ଅଦାଲତର ଏଭଳି ରାୟକୁ ଭାରତ ସରକାର ବିସ୍ମୟକର ଓ ବହୁତ ଖରାପ ବୋଲି କହିଛନ୍ତି। ଆଜି ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ବିବୃତି ଜାରି କରାଯାଇଛି। ଏହି ବିବୃତିରେ କୁହାଯାଇଛି ଯେ ଭାରତୀୟ ନାଗରିକଙ୍କ ମୁକ୍ତି ସୁନିଶ୍ଚିତ କରିବା ପାଇଁ ସମସ୍ତ ଆଇନଗତ ବିକଳ୍ପ ଉପରେ ଚିନ୍ତା କରାଯାଉଛି ଏବଂ ସରକାର ମାମଲାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଭାରତୀୟ ନୌସେନାର ଏହି ସମସ୍ତ ୮ ଜଣ ପୂର୍ବତନ ଅଧିକାରଙ୍କୁ ଗତ ବର୍ଷ ଅଗଷ୍ଟ ମାସରେ ଗିରଫ କରି କତର ଜେଲ୍ରେ ବନ୍ଦୀ କରି ରଖାଯାଇଛି। ସେମାନଙ୍କ ବିରୋଧରେ ଗୁଇନ୍ଦାଗିରି ଅଭିଯୋଗରେ ଅନେକ ମାମଲା ରୁଜୁ ହୋଇଛି। ତେବେ କତର ସରକାର ଏହି ସବୁ ଅଭିଯୋଗ ଏବଂ ବିଚାର ପ୍ରକ୍ରିୟା ସଂପର୍କରେ ଭାରତକୁ ପୂର୍ବରୁ କୌଣସି ତଥ୍ୟ ଦେଇନାହିଁ। ସମସ୍ତଙ୍କୁ ବିରୋଧରେ ଗୁଇନ୍ଦାଗିରି ମୁଖ୍ୟ ଅଭିଯୋଗ ଭାବେ ରହିଥିବା ବେଳେ କତରର ଏକ ବୁଡ଼ା ଜାହାଜ ସଂପର୍କରେ ସେମାତେ ତଥ୍ୟ ସଂଗ୍ରହ କରୁଥିଲେ ଏବଂ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଛି।




