କଠୁଆ ଏନ୍‌କାଉଣ୍ଟରରେ ଜଣେ ପୁଲିସ ସହିଦ, ଆତଙ୍କବାଦୀ ନିହତ

ଜମ୍ମୁ: ଜମ୍ମୁର କଠୁଆରେ ମିଳିତ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ଜଣେ ପୁଲିସ କର୍ମୀ ସହିଦ ହୋଇଯାଇଛନ୍ତି ଏବଂ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆତଙ୍କବାଦୀ ଜଣକ ପାକିସ୍ତାନୀ ଓ ସେ ଜୈସ ଏ ମହମ୍ମଦ ସଦସ୍ୟ‌ ବୋଲି ଜଣାପଡ଼ିଛି। ସଂଘର୍ଷରେ ଜମ୍ମୁ-କଶ୍ମୀର ପୁଲିସର ହେଡ୍‌ କନ୍‌ଷ୍ଟେବଳ ବସିର ଅହମ୍ମଦ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ ସ୍ଥାନୀୟ ପୁଲିସ […]

Samaya Live Picture
Published On

ଜମ୍ମୁ: ଜମ୍ମୁର କଠୁଆରେ ମିଳିତ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ଜଣେ ପୁଲିସ କର୍ମୀ ସହିଦ ହୋଇଯାଇଛନ୍ତି ଏବଂ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆତଙ୍କବାଦୀ ଜଣକ ପାକିସ୍ତାନୀ ଓ ସେ ଜୈସ ଏ ମହମ୍ମଦ ସଦସ୍ୟ‌ ବୋଲି ଜଣାପଡ଼ିଛି। ସଂଘର୍ଷରେ ଜମ୍ମୁ-କଶ୍ମୀର ପୁଲିସର ହେଡ୍‌ କନ୍‌ଷ୍ଟେବଳ ବସିର ଅହମ୍ମଦ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି, କଠୁଆ ଜିଲ୍ଲର କୋଗ୍‌ ମଣ୍ଡି ଠାରେ ହୋଇଥିବା ସଂଘର୍ଷରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଅପରାହ୍‌ଣରେ ମୃତ ଆତଙ୍କବାଦୀର ଶବ ଉଦ୍ଧାର କରାଯାଇଛି। ଦୁଇଦିନ ଧରି ଚାଲିଥିବା ଅଭିଯାନରେ ଜମ୍ମୁର ଜଣେ ପୁଲିସ କର୍ମଚାରୀ ବସିର ଅହମ୍ମଦଙ୍କ ମୃତ୍ୟୁଘଟିଛି । ଆହତ ହୋଇଥିବା ଡେପୁଟି ଏସ୍‌ପି ସୁଖବୀର ଓ ଏଏସ୍‌ଆଇ ନିଆଜଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଅପରପକ୍ଷରେ, ରାଜୌରିର ଥାନାମଣ୍ଡି ଇଲାକାରେ ଲୁଚିରହିଥିବା ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରାଯାଇଛି। ଗୁଇନ୍ଦା ସୂଚନା ଆଧାରଣରେ ସୁରକ୍ଷାକର୍ମୀମାନେ ଥାନାମଣ୍ଡିର ମନିଆଲ୍‌ ଗଲିରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସେଠାରେ ଗୁଳିବିନିମୟ ଜାରି ରହିଥିବା ଜଣାଯାଇଛି।

Tags: