କଠୁଆ ଆତଙ୍କବାଦୀ ଆକ୍ରମଣ ମାମଲାରେ ୨୬ ଅଟକ

ଜମ୍ମୁ: ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତ ମାଚେଡି-ବିଲାୱେର ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇଟି ଟ୍ରକ୍‌ରେ ଆସୁଥିବା ୨୨ ଗଡ଼ଵାଲ୍ ରାଇଫଲ୍ସର ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପଚରାଉଚରା ପାଇଁ ୨୬ ଜଣ ବାସିନ୍ଦାଙ୍କୁ ଅଟକ ରଖାଯାଇଛି। ଏନ୍ଆଇଏର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତରେ ପୁଲିସକୁ ସହଯୋଗ କରୁଛି। ସେନା, ଜମ୍ମୁ-କାଶ୍ମୀର ପୁଲିସ ଓ ସିଆର୍‌ପିଏଫ୍‌ ଯବାନମାନେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଏହି ଅଞ୍ଚଳର ଦୁର୍ଗମ ଅଞ୍ଚଳ ଓ ଜଙ୍ଗଲରେ ଖୋଜାଖୋଜି କରୁଛନ୍ତି। […]

Samaya Live Picture
Published On

ଜମ୍ମୁ: ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତ ମାଚେଡି-ବିଲାୱେର ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇଟି ଟ୍ରକ୍‌ରେ ଆସୁଥିବା ୨୨ ଗଡ଼ଵାଲ୍ ରାଇଫଲ୍ସର ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପଚରାଉଚରା ପାଇଁ ୨୬ ଜଣ ବାସିନ୍ଦାଙ୍କୁ ଅଟକ ରଖାଯାଇଛି। ଏନ୍ଆଇଏର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତରେ ପୁଲିସକୁ ସହଯୋଗ କରୁଛି।
ସେନା, ଜମ୍ମୁ-କାଶ୍ମୀର ପୁଲିସ ଓ ସିଆର୍‌ପିଏଫ୍‌ ଯବାନମାନେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଏହି ଅଞ୍ଚଳର ଦୁର୍ଗମ ଅଞ୍ଚଳ ଓ ଜଙ୍ଗଲରେ ଖୋଜାଖୋଜି କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କେହି ଧରାପଡ଼ିନାହାନ୍ତି କିମ୍ବା ନିହତ ହୋଇନାହାନ୍ତି। ପ୍ରବଳ ବର୍ଷା ଯୋଗୁଁ ଡ୍ରୋନ ଓ ହେଲିକପ୍ଟର ଜରିଆରେ ଆକାଶମାର୍ଗରୁ ତଦାରଖ କରିବା କଷ୍ଟକର ହୋଇପଡିଥିବା ପୁଲିସ ପ୍ରକାଶ କରିଛି।

Tags: