କଙ୍ଗୋ ବୋଟ୍‌ରେ ନିଆଁ ଲାଗି ୫୦ ମୃତ

ମାଟାନକୁମୁ: ଉତ୍ତର-ପଶ୍ଚିମ କଙ୍ଗୋରେ ଅଗ୍ନିକାଣ୍ଡ ଘଟି ମଙ୍ଗଳବାର ରାତିରେଏକ ଡଙ୍ଗା ବୁଡ଼ିଯିବାରୁ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ବିଳମ୍ବିତ ରାତିରେ କଙ୍ଗୋ ନଦୀରେ ଦୁର୍ଘଟଣା ଘଟିବା ପରେ ରେଡ୍ କ୍ରସ୍ ଏବଂ ପ୍ରାଦେଶିକ କର୍ତ୍ତୃପକ୍ଷଙ୍କ ସହାୟତାରେ ଉଦ୍ଧାରକାରୀ ଦଳ ନିଖୋଜଙ୍କୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ। ପାଖାପାଖି ୪୦୦ ଯାତ୍ରୀଙ୍କୁ ନେଇ ବୋଟ୍‌ଟି ମାଟାନକୁମୁ ବନ୍ଦରରୁ ବୋଲୋମ୍ବା ଅଞ୍ଚଳ ଅଭିମୁଖେ ବାହାରିବା ପରେ ମବନ୍ଦକା ସହର ନିକଟରେ ନିଆଁ […]

କଙ୍ଗୋ ବୋଟ୍‌ରେ ନିଆଁ ଲାଗି ୫୦ ମୃତ
Samaya Live Picture
Published On

ମାଟାନକୁମୁ: ଉତ୍ତର-ପଶ୍ଚିମ କଙ୍ଗୋରେ ଅଗ୍ନିକାଣ୍ଡ ଘଟି ମଙ୍ଗଳବାର ରାତିରେଏକ ଡଙ୍ଗା ବୁଡ଼ିଯିବାରୁ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ବିଳମ୍ବିତ ରାତିରେ କଙ୍ଗୋ ନଦୀରେ ଦୁର୍ଘଟଣା ଘଟିବା ପରେ ରେଡ୍ କ୍ରସ୍ ଏବଂ ପ୍ରାଦେଶିକ କର୍ତ୍ତୃପକ୍ଷଙ୍କ ସହାୟତାରେ ଉଦ୍ଧାରକାରୀ ଦଳ ନିଖୋଜଙ୍କୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ। ପାଖାପାଖି ୪୦୦ ଯାତ୍ରୀଙ୍କୁ ନେଇ ବୋଟ୍‌ଟି ମାଟାନକୁମୁ ବନ୍ଦରରୁ ବୋଲୋମ୍ବା ଅଞ୍ଚଳ ଅଭିମୁଖେ ବାହାରିବା ପରେ ମବନ୍ଦକା ସହର ନିକଟରେ ନିଆଁ ଲାଗିଯାଇଥିଲା ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି। ବୋଟ୍‌ରେ ରୋଷେଇ କରୁଥିବା ବେଳେ ଏହି ଘଟଣା ଘଟିଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ମହିଳା ଓ ଶିଶୁଙ୍କ ସମେତ ଅନେକ ଯାତ୍ରୀ ପହଁରି ନ ପାରି ପାଣିକୁ ଡେଇଁ ପ୍ରାଣ ହରାଇଛନ୍ତି। ଉଦ୍ଧାର ହୋଇଥିବା ପ୍ରାୟ ୧୦୦ ଜଣଙ୍କୁ ମବନ୍ଦକା ଟାଉଟ୍‌ ହଲରେ ଥିବା ଏକ ଆଶ୍ରୟସ୍ଥଳୀକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ଭାବେ ପୋଡ଼ି ଯାଇଥିଲେ।

Tags: