କଙ୍ଗନାଙ୍କ ‘ଇମର୍ଜେନ୍‌ସି’କୁ ଅନୁମତି ମିଳିଲା

ନୂଆଦିଲ୍ଲୀ: ଦେଶରେ ଜରୁରୀକାଳୀନ ସ୍ଥିତି, ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ଆଦିକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ଇମର୍ଜେନ୍‌ସି’କୁ କେନ୍ଦ୍ର ଚଳଚ୍ଚିତ୍ର ପ୍ରମାଣ ବୋର୍ଡ (ସିବିଏଫ୍‌ସି) ପକ୍ଷରୁ ଅନୁମତି ମିଳିଛି। ତେବେ ଫିଲ୍ମରେ ଦିଆଯାଇଥିବା ତଥ୍ୟ କେଉଁଠାରୁ ସଂଗୃହୀତ ହୋଇଛି ତା’ର ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିଖ୍‌ ସଂଗଠନ ଓ କଂଗ୍ରେସର ବିରୋଧ ପରେ କୋର୍ଟଙ୍କ ନିର୍ଦ୍ଦେଶ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଚଳଚ୍ଚିତ୍ର ଏମର୍ଜେନ୍‌ସିକୁ ସିବିଏଫ୍‌ସି ‘ୟୁ/ଏ’ ପ୍ରମାଣପତ୍ର ପ୍ରଦାନ କରିଛି। […]

Samaya Live Picture
Published On

ନୂଆଦିଲ୍ଲୀ: ଦେଶରେ ଜରୁରୀକାଳୀନ ସ୍ଥିତି, ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ଆଦିକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ଇମର୍ଜେନ୍‌ସି’କୁ କେନ୍ଦ୍ର ଚଳଚ୍ଚିତ୍ର ପ୍ରମାଣ ବୋର୍ଡ (ସିବିଏଫ୍‌ସି) ପକ୍ଷରୁ ଅନୁମତି ମିଳିଛି। ତେବେ ଫିଲ୍ମରେ ଦିଆଯାଇଥିବା ତଥ୍ୟ କେଉଁଠାରୁ ସଂଗୃହୀତ ହୋଇଛି ତା’ର ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିଖ୍‌ ସଂଗଠନ ଓ କଂଗ୍ରେସର ବିରୋଧ ପରେ କୋର୍ଟଙ୍କ ନିର୍ଦ୍ଦେଶ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଚଳଚ୍ଚିତ୍ର ଏମର୍ଜେନ୍‌ସିକୁ ସିବିଏଫ୍‌ସି ‘ୟୁ/ଏ’ ପ୍ରମାଣପତ୍ର ପ୍ରଦାନ କରିଛି। ଏଥିସହ ଚଳଚ୍ଚିତ୍ରରେ ୩ଟି ଦୃଶ୍ୟ ତଥା ବାଂଲାଦେଶୀ ଶରଣାର୍ଥୀଙ୍କ ଏକ ଶିଶୁର ମୁଣ୍ଡକୁ ପାକିସ୍ତାନ ସେନା ତଳେ କଚାଡ଼ିବା, ତିନି ବାଂଲାଦେଶୀ ମହିଳାଙ୍କ ମୁଣ୍ଡ କାଟିବା, ଭିଡ଼ ଭିତରୁ ନେତାଙ୍କ ମୃତ୍ୟୁ ଭଳି ଦୃଶ୍ୟକୁ ହଟାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କଙ୍ଗନାଙ୍କ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି ଯେ ଫିଲ୍ମକୁ ମଂଜୁରି ନେଇ ସିବିଏଫ୍‌ସି ତାଙ୍କୁ ଇମେଲ୍‌ କରିଛି। ଏହାପଛରେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶର କୌଣସି ଭୂମିକା ନାହିଁ। ସିବିଏଫ୍‌ସି ଫିଲ୍ମରେ ୧୦ଟି ସଂଶୋଧନ ପାଇଁ ଦେଇଥିବା ପ୍ରସ୍ତାବକୁ ନିର୍ମାତା ଗ୍ରହଣ କରିଛନ୍ତି।

Tags: