କକପିଟକୁ ମହିଳା ବନ୍ଧୁଙ୍କୁ ସ୍ବାଗତ କରି ଅଡ଼ୁଆରେ ପଡ଼ିଲେ ପାଇଲଟ
ନୂଆଦିଲ୍ଲୀ : ଦୁବାଇରୁ ଦିଲ୍ଲୀକୁ ଉଡ଼ାଣ କରୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ପାଇଲଟ ନିୟମ ବିରୋଧୀ କାର୍ଯ୍ୟ କରିଛନ୍ତି। ବିମାନର କକପିଟକୁ ପାଇଲଟ ଜଣଙ୍କ ତାଙ୍କର ଜଣେ ମହିଳା ବନ୍ଧୁଙ୍କୁ ଆଣିଥିଲେ ଏବଂ ଅନେକ ସମୟ ପର୍ଯ୍ୟନ୍ତ ପାଇଲଟଙ୍କ ମହିଳା ବନ୍ଧୁ କକ୍ପିଟରେ ରହିଥିଲେ। ଡିଜିସିଏ (ବେସମାରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ଉକ୍ତ ଘଟଣାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ତଦନ୍ତକାରୀ ଦଳ ଘଟଣାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯାଞ୍ଚ କରିବେ ବୋାଲି […]
ନୂଆଦିଲ୍ଲୀ : ଦୁବାଇରୁ ଦିଲ୍ଲୀକୁ ଉଡ଼ାଣ କରୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ପାଇଲଟ ନିୟମ ବିରୋଧୀ କାର୍ଯ୍ୟ କରିଛନ୍ତି। ବିମାନର କକପିଟକୁ ପାଇଲଟ ଜଣଙ୍କ ତାଙ୍କର ଜଣେ ମହିଳା ବନ୍ଧୁଙ୍କୁ ଆଣିଥିଲେ ଏବଂ ଅନେକ ସମୟ ପର୍ଯ୍ୟନ୍ତ ପାଇଲଟଙ୍କ ମହିଳା ବନ୍ଧୁ କକ୍ପିଟରେ ରହିଥିଲେ। ଡିଜିସିଏ (ବେସମାରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ଉକ୍ତ ଘଟଣାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ତଦନ୍ତକାରୀ ଦଳ ଘଟଣାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯାଞ୍ଚ କରିବେ ବୋାଲି ଜଣେ ବରିଷ୍ଠ ଡିଜିସିଏ ଅଧିକାରୀ କହିଛନ୍ତି। ଗତ ଫେବ୍ରୁଆରି ୨୭ ତାରିଖରେ ଏହି ଘଟଣା ଘଟିଥିଲେ ସୁଦ୍ଧା ଏବେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ପାଇଲଟଙ୍କ ଏହି କାର୍ଯ୍ୟ ଡିଜିସିଏର ସୁରକ୍ଷା ନିୟମ ଉଲ୍ଲଂଘନ କରିଛି।




