କଂଗ୍ରେସ ସହ ଜଡ଼ିତ କମ୍ପାନିରେ ଇଡି ଚଢ଼ଉ, ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ : ତଦନ୍ତକାରୀ ସଂସ୍ଥା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି କଂଗ୍ରେସ ସହ ଜଡ଼ିତ ବିଭିନ୍ନ କମ୍ପାନିରେ ଚଢ଼ଉ କରି ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏକ ମନି ଲଣ୍ଡରିଂ ମାମଲାରେ ଇଡି ଆଜି ଆସୋସିଏଟେଡ ଜର୍ନାଲ୍ସ ଲିମିଟେଡ (ଏଜେଏଲ୍) ଏବଂ ୟଙ୍ଗ୍ ଇଣ୍ଡିଆନ୍ରେ ଚଢ଼ଉ କରିଛି। ୨୦୧୪ରେ ଏକ ଅଭିଯୋଗ ପରେ ଆସିଥିବା କୋର୍ଟ ରାୟ ଆଧାରରେ ଇଡି ମନି ଲଣ୍ଡରିଂ ତଦନ୍ତ ଆରମ୍ଭ କରିଥିଲା। ୨୦୧୪ ମସିହାର ଅଭିଯୋଗ ପରେ ମନି […]

Samaya Live Picture
Published On

ନୂଆଦିଲ୍ଲୀ : ତଦନ୍ତକାରୀ ସଂସ୍ଥା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି କଂଗ୍ରେସ ସହ ଜଡ଼ିତ ବିଭିନ୍ନ କମ୍ପାନିରେ ଚଢ଼ଉ କରି ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏକ ମନି ଲଣ୍ଡରିଂ ମାମଲାରେ ଇଡି ଆଜି ଆସୋସିଏଟେଡ ଜର୍ନାଲ୍ସ ଲିମିଟେଡ (ଏଜେଏଲ୍) ଏବଂ ୟଙ୍ଗ୍ ଇଣ୍ଡିଆନ୍ରେ ଚଢ଼ଉ କରିଛି। ୨୦୧୪ରେ ଏକ ଅଭିଯୋଗ ପରେ ଆସିଥିବା କୋର୍ଟ ରାୟ ଆଧାରରେ ଇଡି ମନି ଲଣ୍ଡରିଂ ତଦନ୍ତ ଆରମ୍ଭ କରିଥିଲା। ୨୦୧୪ ମସିହାର ଅଭିଯୋଗ ପରେ ମନି ଲଣ୍ଡରିଂ ମାମଲାର ତଦନ୍ତ ପାଇଁ ଅଦାଲତ ଇଡିକୁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତ କହିଥିଲେ ୟଙ୍ଗ ଇଣ୍ଡିଆନ୍ ସମେତ ୭ ଜଣ ଅଭିଯୁକ୍ତ ବ୍ୟକ୍ତି ଠକେଇ, ଅସାଧୁ ଉପାୟରେ ସଂପତ୍ତି ହାସଲ ଏବଂ ଆପରାଧିକ ଷଡ଼୍ଯନ୍ତ୍ର ଭଳି ଅପରାଧ କରିଥିଲେ। ୟଙ୍ଗ୍ ଇଣ୍ଡିଆନ୍ ଜରିଆରେ ଏଜେଏଲ୍ର କୋଟି କୋଟି ଟଙ୍କାର ସଂପତ୍ତି ଆହରଣ ପାଇଁ ଷଡ଼୍ଯନ୍ତ୍ର କରିଥିବା ତଦନ୍ତରୁ ଜଣାପଡ଼ିଛି।

Tags: