କଂଗ୍ରେସ ମୁଖ୍ୟଙ୍କୁ ଲିଗାଲ ନୋଟିସ ପଠାଇଲା ଭିଏଚ୍ପି
ନୂଆଦିଲ୍ଲୀ: ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍ପି) ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏକ ଲିଗାଲ ନୋଟିସ୍ କରିଛି। କଂଗ୍ରେସ ଦଳର ନିର୍ବାଚନ ଇସ୍ତାହାରରେ ବଜରଙ୍ଗ ଦଳ ବିରୋଧରେ ଅପମାନଜନକ ଟିପ୍ପଣୀ ଦିଆଯାଇଥିବାରୁ ଭିଏଚ୍ପି ଏଥିପାଇଁ ଖଡ଼ଗେଙ୍କୁ ଲିଗାଲ୍ ନୋଟିସ୍ ପଠାଇଛି ଏବଂ ୧୦୦ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି। ଭିଏଚ୍ପିର ଚଣ୍ଡିଗଡ଼ ବିଭାଗ ଏବଂ ଏହାର ଯୁବ ଶାଖା ବଜରଙ୍ଗ ଦଳ ଦ୍ବାରା ମେ’ ୪ ତାରିଖରେ ଏହି ନୋଟିସ କରାଯାଇଛି। ୧୪ ଦିନ […]
ନୂଆଦିଲ୍ଲୀ: ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍ପି) ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏକ ଲିଗାଲ ନୋଟିସ୍ କରିଛି। କଂଗ୍ରେସ ଦଳର ନିର୍ବାଚନ ଇସ୍ତାହାରରେ ବଜରଙ୍ଗ ଦଳ ବିରୋଧରେ ଅପମାନଜନକ ଟିପ୍ପଣୀ ଦିଆଯାଇଥିବାରୁ ଭିଏଚ୍ପି ଏଥିପାଇଁ ଖଡ଼ଗେଙ୍କୁ ଲିଗାଲ୍ ନୋଟିସ୍ ପଠାଇଛି ଏବଂ ୧୦୦ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି। ଭିଏଚ୍ପିର ଚଣ୍ଡିଗଡ଼ ବିଭାଗ ଏବଂ ଏହାର ଯୁବ ଶାଖା ବଜରଙ୍ଗ ଦଳ ଦ୍ବାରା ମେ’ ୪ ତାରିଖରେ ଏହି ନୋଟିସ କରାଯାଇଛି। ୧୪ ଦିନ ମଧ୍ୟରେ ଭିଏଚ୍ପି ପକ୍ଷରୁ ଖଡ଼ଗେଙ୍କଠାରୁ କ୍ଷତିପୂରଣ ଦାବି କରାଯାଇଛି। ତେବେ କଂଗ୍ରେସ ଏହି ଲିଗାଲ ନୋଟିସ ଉପରେ କୌଣସି ଜବାବ ରଖିନାହିଁ। ଉଲ୍ଲେଖଯୋଗ୍ୟ, କଂଗ୍ରେସ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ଜାରି କରି କହିଥିଲା ଯେ ଏହା କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବ।




