କଂଗ୍ରେସ ମୁଖପାତ୍ର ସୁର୍ଜେୱାଲାଙ୍କ ପ୍ରଚାର ଉପରେ ୪୮ ଘଣ୍ଟାର କଟକଣା

ନୂଆଦିଲ୍ଲୀ: ବିଜେପି ସାଂସଦ ହେମା ମାଳିନୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା କଂଗ୍ରେସ ସାଂସଦ ତଥା ମୁଖପାତ୍ର ରଣଦୀପ ସିଂହ ସୁର୍ଜେୱାଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ନିର୍ବାଚନ କମିସନ୍ ଏହି ମନ୍ତବ୍ୟକୁ ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ ଦର୍ଶାଇଛନ୍ତି। ଚେତାବନୀ ସହ ଆସନ୍ତା ୪୮ ଘଣ୍ଟା ପାଇଁ ପ୍ରଚାର ଉପରେ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ ସୁର୍ଜେୱାଲା କହିଥିଲେ ଯେ ଲୋକମାନେ କାହିଁକି ସେମାନଙ୍କ ବିଧାୟକ, ସାଂସଦଙ୍କୁ ନିର୍ବାଚିତ କରିଥାନ୍ତି? କାରଣ ସେମାନେ ଲୋକଙ୍କ କଥା ଉଠାଇବେ। […]

Samaya Live Picture
Published On

ନୂଆଦିଲ୍ଲୀ: ବିଜେପି ସାଂସଦ ହେମା ମାଳିନୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା କଂଗ୍ରେସ ସାଂସଦ ତଥା ମୁଖପାତ୍ର ରଣଦୀପ ସିଂହ ସୁର୍ଜେୱାଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ନିର୍ବାଚନ କମିସନ୍ ଏହି ମନ୍ତବ୍ୟକୁ ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ ଦର୍ଶାଇଛନ୍ତି। ଚେତାବନୀ ସହ ଆସନ୍ତା ୪୮ ଘଣ୍ଟା ପାଇଁ ପ୍ରଚାର ଉପରେ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ ସୁର୍ଜେୱାଲା କହିଥିଲେ ଯେ ଲୋକମାନେ କାହିଁକି ସେମାନଙ୍କ ବିଧାୟକ, ସାଂସଦଙ୍କୁ ନିର୍ବାଚିତ କରିଥାନ୍ତି? କାରଣ ସେମାନେ ଲୋକଙ୍କ କଥା ଉଠାଇବେ। ଏହା ହେମା ମାଳିନୀଙ୍କ ଭଳି ନୁହେଁ, ‘ଚାଟିବା’ ପାଇଁ ନିର୍ବାଚିତ ହେଇଥାନ୍ତି। ଏନେଇ ନିର୍ବାଚନ କମିସନଙ୍କ ନିକଟରେ ପ୍ରମାଣ ସହ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଭିତ୍ତିରେ ନିର୍ବାଚନ କମିସନ ସୁର୍ଜେୱାଲା ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନୋଟିସ୍ ଜାରି କରିଥିଲେ।

Tags: