କଂଗ୍ରେସ ବିଧାୟକଙ୍କ ଗସ୍ତ ପରେ ମନ୍ଦିରକୁ ଶୁଦ୍ଧି କରିଥିବା ବିଜେପି ନେତା ଦଳରୁ ନିଲମ୍ବିତ
ଜୟପୁର : କଂଗ୍ରେସର ଜଣେ ଦଳିତ ବିଧାୟକ ତିକା ରାମ ଜୁଲି ଅଲୱରର ରାମ ମନ୍ଦିରରେ ଅଭିଷେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାପରେ ବିଜେପିର ସ୍ଥାନୀୟ ନେତା ତଥା ପୂର୍ବତନ ବିଧାୟକ ଜ୍ଞାନଦେବ ଆହୁଜା ଓ ତାଙ୍କ ସମର୍ଥକମାନେ ମନ୍ଦିର ଅଶୁଦ୍ଧି ହୋଇଥିବା ଅଭିଯୋଗ କରି ଗଙ୍ଗାଜଳରେ ଶୁଦ୍ଧି କରିଥିଲେ। ଏହି ଘଟଣାକୁ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଛି। କଂଗ୍ରେସ ପ୍ରସଙ୍ଗକୁ ନେଇ ବିଜେପିକୁ ଦଳିତ ବିରୋଧୀ ବୋଲି ସମାଲୋଚନା କରିଥିବା […]
ଜୟପୁର : କଂଗ୍ରେସର ଜଣେ ଦଳିତ ବିଧାୟକ ତିକା ରାମ ଜୁଲି ଅଲୱରର ରାମ ମନ୍ଦିରରେ ଅଭିଷେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାପରେ ବିଜେପିର ସ୍ଥାନୀୟ ନେତା ତଥା ପୂର୍ବତନ ବିଧାୟକ ଜ୍ଞାନଦେବ ଆହୁଜା ଓ ତାଙ୍କ ସମର୍ଥକମାନେ ମନ୍ଦିର ଅଶୁଦ୍ଧି ହୋଇଥିବା ଅଭିଯୋଗ କରି ଗଙ୍ଗାଜଳରେ ଶୁଦ୍ଧି କରିଥିଲେ। ଏହି ଘଟଣାକୁ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଛି। କଂଗ୍ରେସ ପ୍ରସଙ୍ଗକୁ ନେଇ ବିଜେପିକୁ ଦଳିତ ବିରୋଧୀ ବୋଲି ସମାଲୋଚନା କରିଥିବା ବେଳେ ବିଜେପି ମଧ୍ୟ ଏଥିରେ ପଦକ୍ଷେପ ଗ୍ରହଣ କରି ଉକ୍ତ ନେତାଙ୍କୁ ଦଳରୁ ନିଲମ୍ବିତ କରିବା ସହ କାରଣଦର୍ଶାଅ ନୋଟିସ୍ ଜାରି କରିଛି। ସୂଚନାନୁଯାୟୀ ରାମନବମୀ ଅବସରରେ ଅଲୱର ରାମମନ୍ଦିରରେ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଲୱର ଗ୍ରାମାଞ୍ଚଳ ବିଧାନସଭା ମଣ୍ଡଳୀର କଂଗ୍ରେସ ବିଧାୟକ ତିକାରାମ ଜୁଲି ଯୋଗ ଦେଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ପୂର୍ବତନ ବିଧାୟକ ତଥା ସ୍ଥାନୀୟ ବିଜେପି ନେତା ଜ୍ଞାନଦେବ ଆହୁଜା ଓ ତାଙ୍କ ସମର୍ଥକମାନେ ମନ୍ଦିର ଅଶୁଦ୍ଧି ହୋଇଥିବା ଦର୍ଶାଇ ଗଙ୍ଗାଜଳ ସିଞ୍ଜନ କରିଥିଲେ। ଏହି ଘଟଣାରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ନିଜେ ତିକା ରାମ କହିଛନ୍ତି, ଏହା ତାଙ୍କର ବିଶ୍ବାସ ଉପରେ କେବଳ ଆଘାତ ନୁହେଁ, ଏହା ଛୁଆଁଅଛୁଆଁ ଭେଦଭାବକୁ ମଧ୍ୟ ପ୍ରୋତ୍ସାହନ ଦେଉଛି। ବିଜେପି କ’ଣ ଦଳିତଙ୍କୁ ଘୃଣା କରୁଛି? ଏକ ଦଳିତ ପୂଜାର୍ଚ୍ଚନା କରିବା ଦେଖି ବିଜେପି ସହ୍ୟ କରିପାରୁନାହିଁ କି?




