କଂଗ୍ରେସ ପାଇଁ ଲଗାତାର ତୃତୀୟ ବିପର୍ଯ୍ୟୟ !
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଗତକାଲି ଶେଷ ହେବାପରେ ବୁଥ୍ ବାହୁଡ଼ା ମତ ଆସିଛି। ଅଧିକାଂଶ ସଂସ୍ଥାର ବୁଥ୍ ବାହୁଡ଼ା ମତ ଅନୁଯାୟୀ ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିବ ଏବଂ ୨ଟି ସଂସ୍ଥାର ବୁଥ୍ ବାହୁଡ଼ା ମତ ଅନୁଯାୟୀ ଦିଲ୍ଲୀରେ ପୁଣିଥରେ ଆପ୍ ଆସିବ। ଅନ୍ୟପକ୍ଷେ କଂଗ୍ରେସ ଦିଲ୍ଲୀରେ ପୁଣିଥରେ ନିର୍ବାଚନ ବିପର୍ଯ୍ୟୟ ସାମ୍ନା କରିବାକୁ ଯାଉଛି। ଦୁଇଟି ସଂସ୍ଥା ଦିଲ୍ଲୀରେ କଂଗ୍ରେସକୁ ଶୂନ ମିଳିବ ବୋଲି ଆକଳନ କରିଛନ୍ତି। ଯଦି ଏହି ଆକଳନ ସତ ହୁଏ […]
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଗତକାଲି ଶେଷ ହେବାପରେ ବୁଥ୍ ବାହୁଡ଼ା ମତ ଆସିଛି। ଅଧିକାଂଶ ସଂସ୍ଥାର ବୁଥ୍ ବାହୁଡ଼ା ମତ ଅନୁଯାୟୀ ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିବ ଏବଂ ୨ଟି ସଂସ୍ଥାର ବୁଥ୍ ବାହୁଡ଼ା ମତ ଅନୁଯାୟୀ ଦିଲ୍ଲୀରେ ପୁଣିଥରେ ଆପ୍ ଆସିବ। ଅନ୍ୟପକ୍ଷେ କଂଗ୍ରେସ ଦିଲ୍ଲୀରେ ପୁଣିଥରେ ନିର୍ବାଚନ ବିପର୍ଯ୍ୟୟ ସାମ୍ନା କରିବାକୁ ଯାଉଛି। ଦୁଇଟି ସଂସ୍ଥା ଦିଲ୍ଲୀରେ କଂଗ୍ରେସକୁ ଶୂନ ମିଳିବ ବୋଲି ଆକଳନ କରିଛନ୍ତି। ଯଦି ଏହି ଆକଳନ ସତ ହୁଏ ତେବେ କଂଗ୍ରେସ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀରେ ଗୋଟିଏ ଆସନରେ ବି ଜିତିପାରିବନି। ଉଲ୍ଳେଖଯୋଗ୍ୟ, ୨୦୧୫ରୁ ଦିଲ୍ଲୀରେ କଂଗ୍ରେସର ବିପର୍ଯ୍ୟୟ ଆରମ୍ଭ ହୋଇଛି। ଏହା ୭୦ ଆସନରେ ହାରିବାପରେ ଏହି ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ୨୦୨୦ରେ ମଧ୍ୟ ଦଳ ପାଇଁ ଏହି ସମାନ ସ୍ଥିତି ଥିଲା। ୮ଟି ଏକଜିଟ ପୋଲ୍ ଦିଲ୍ଲୀରେ ଦୀର୍ଘ ୨୭ ବର୍ଷ ପରେ ବିଜେପିର ପ୍ରତ୍ୟାବର୍ତ୍ତନ ଦାବି କରିଥିବାବେଳେ ଅନ୍ୟ ୨ଟି ଏକଜିଟ୍ ପୋଲ୍ ଆପ୍ ତୃତୀୟ ଥର କ୍ଷମତାକୁ ଆସିବ ବୋଲି ଆକଳନ କରିଛନ୍ତି।




