କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଦମୋହ ଜିଲ୍ଲାର ଏକ ଜୈନ ମନ୍ଦିରକୁ ନେଇ ଦିଗ୍‌ବିଜୟ ସିଂହ ତାଙ୍କ ସୋ‌ସିଆଲ ମିଡିଆ ଆକାଉଣ୍ଟ୍‌ରେ ଏକ ବିଭ୍ରାନ୍ତକାରୀ ପୋଷ୍ଟ୍‌ କରିଥିବାରୁ ମଧ୍ୟପ୍ରଦେଶ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଶ୍ରୀ ସିଂହ ସୋସିଆଲ ମିଡିଆରେ ପୋଷ୍ଟ୍‌ କରି କହିଥିଲେ ଯେ ବଜରଙ୍ଗ ଦଳର କିଛି ଅସାମାଜିକ ସମସ୍ୟା ଅଗଷ୍ଟ ୨୭ ତାରିଖ ରାତିରେ କୁଣ୍ଡଳପୁରର ଜୈନ […]

Samaya Live Picture
Published On

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଦମୋହ ଜିଲ୍ଲାର ଏକ ଜୈନ ମନ୍ଦିରକୁ ନେଇ ଦିଗ୍‌ବିଜୟ ସିଂହ ତାଙ୍କ ସୋ‌ସିଆଲ ମିଡିଆ ଆକାଉଣ୍ଟ୍‌ରେ ଏକ ବିଭ୍ରାନ୍ତକାରୀ ପୋଷ୍ଟ୍‌ କରିଥିବାରୁ ମଧ୍ୟପ୍ରଦେଶ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଶ୍ରୀ ସିଂହ ସୋସିଆଲ ମିଡିଆରେ ପୋଷ୍ଟ୍‌ କରି କହିଥିଲେ ଯେ ବଜରଙ୍ଗ ଦଳର କିଛି ଅସାମାଜିକ ସମସ୍ୟା ଅଗଷ୍ଟ ୨୭ ତାରିଖ ରାତିରେ କୁଣ୍ଡଳପୁରର ଜୈନ ମନ୍ଦିର ପରିସର ଭଙ୍ଗାରୁଜା କରିଥିଲେ ଏବଂ ଏହି ସ୍ଥାନରେ ଏକ ‘ଶିବ ପିଣ୍ଡି’ ରଖିଥିଲେ। ଉକ୍ତ ପୋଷ୍ଟ୍‌ରେ ସେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ଡିଜିପିଙ୍କୁ ଟ୍ୟାଗ୍‌ କରିଥିଲେ। ଦମୋହ ଏସ୍‌ପି ସୁନିଲ ତିୱାରୀ କହିଛନ୍ତି, ଏନେଇ ଦିଗବିଜୟ ସିଂହଙ୍କ ବିରୋଧରେ ଅଭିଯୋଗ ହେବାପରେ କୋଟୱାଲି ପୁଲିସ ସିଂହଙ୍କ ବିରୋଧରେ ଆଇପିସିର ଧାରା ୧୫୩-ଏ ଅଧୀନରେ ମାମଲା ରୁଜୁ କରିଛି।

Tags: