କଂଗ୍ରେସ ନେତାଙ୍କୁ ଶାଢି ପିନ୍ଧାଇ ଦେଲେ ବିଜେପି କର୍ମୀ
ମୁମ୍ବାଇ: ମହାରାଷ୍ଟ୍ର ଉହ୍ଲାସନଗରର ଜଣେ କଂଗ୍ରେସ ନେତା ଯିଏ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିକୃତ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଆଜି ତାଙ୍କୁ ସ୍ଥାନୀୟ ବିଜେପି କର୍ମୀମାନେ ଶାଢ଼ି ପିନ୍ଧାଇ ଦେଇଛନ୍ତି। କଂଗ୍ରେସ ନେତା ପ୍ରକାଶ ‘ମାମା’ ପଗାରେ ନିକଟରେ ମୋଦୀଙ୍କର ଏକ ବିକୃତ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ୍ କରିଥିଲେ। ବିଜେପି କର୍ମୀମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଉକ୍ତ ଘଟଣାରେ ଅସନ୍ତୋଷ ଥିବା ବିଜେପି କର୍ମୀମାନେ ଆଜି ସକାଳେ ବିଜେପିର କଲ୍ୟାଣ […]
ମୁମ୍ବାଇ: ମହାରାଷ୍ଟ୍ର ଉହ୍ଲାସନଗରର ଜଣେ କଂଗ୍ରେସ ନେତା ଯିଏ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିକୃତ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଆଜି ତାଙ୍କୁ ସ୍ଥାନୀୟ ବିଜେପି କର୍ମୀମାନେ ଶାଢ଼ି ପିନ୍ଧାଇ ଦେଇଛନ୍ତି। କଂଗ୍ରେସ ନେତା ପ୍ରକାଶ ‘ମାମା’ ପଗାରେ ନିକଟରେ ମୋଦୀଙ୍କର ଏକ ବିକୃତ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ୍ କରିଥିଲେ। ବିଜେପି କର୍ମୀମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଉକ୍ତ ଘଟଣାରେ ଅସନ୍ତୋଷ ଥିବା ବିଜେପି କର୍ମୀମାନେ ଆଜି ସକାଳେ ବିଜେପିର କଲ୍ୟାଣ ଶାଖା ସଭାପତି ନନ୍ଦୁ ପରବଙ୍କ ସହ ପଗାରେଙ୍କୁ ଖୋଲାଖୋଲି ବିରୋଧ କରିଥିଲେ। ନନ୍ଦୁ ଓ ଅନ୍ୟ କର୍ମୀମାନେ ବଳପୂର୍ବକ ପଗାରେଙ୍କୁ ଶାଢ଼ି ପିନ୍ଧାଇ ଦେଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ୍ କରାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବିଜେପି କର୍ମୀମାନେ ଶାଢ଼ି ପିନ୍ଧାଉଥିବାବେଳେ ପଗାରେ କହୁଛନ୍ତି , ‘ ତୁମେ କ’ଣ କରୁଛ’। ବିଜେପି ନେତାମାନେ ମଧ୍ୟ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯିଏ ବି ଏଭଳି କାର୍ଯ୍ୟ କରିବ ସେହି ସମାନ ପରିଣାମ ଭୋଗିବ। ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା କହିଛନ୍ତି ଯେ ସେ ବିଜେପି କର୍ମୀମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିବେ।




