କଂଗ୍ରେସ ଛାଡ଼ିବାର କିଛିଦିନ ପରେ ବିଜେପିରେ ଯୋଗ ଦେଲେ ରାଧିକା ଖେଡ଼ା

ନୂଆଦିଲ୍ଲୀ : ରାଜସ୍ଥାନର ପୂର୍ବତନ କଂଗ୍ରେସ ନେତା ରାଧିକା ଖେଡ଼ା ଆଜି ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ଦଳର ଶୀର୍ଷ ନେତାମାନଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଦଳ ଛାଡ଼ିବାର କିଛି ଦିନ ପରେ ରାଧିକା ଆଜି ବିଜେପିରେ ଯୋଗ ଦେଇଛନ୍ତି। ଏଆଇସିସି ମୁଖପାତ୍ର ଖେଡ଼ା ଗତ ରବିବାର କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଅଯୋଧ୍ୟାରେ ରାମ ମନ୍ଦିର ଯାଇଥିବାରୁ ତାଙ୍କୁ ଦଣ୍ଡିତ କରାଯାଇଛି ବୋଲି […]

Samaya Live Picture
Published On

ନୂଆଦିଲ୍ଲୀ : ରାଜସ୍ଥାନର ପୂର୍ବତନ କଂଗ୍ରେସ ନେତା ରାଧିକା ଖେଡ଼ା ଆଜି ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ଦଳର ଶୀର୍ଷ ନେତାମାନଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଦଳ ଛାଡ଼ିବାର କିଛି ଦିନ ପରେ ରାଧିକା ଆଜି ବିଜେପିରେ ଯୋଗ ଦେଇଛନ୍ତି। ଏଆଇସିସି ମୁଖପାତ୍ର ଖେଡ଼ା ଗତ ରବିବାର କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଅଯୋଧ୍ୟାରେ ରାମ ମନ୍ଦିର ଯାଇଥିବାରୁ ତାଙ୍କୁ ଦଣ୍ଡିତ କରାଯାଇଛି ବୋଲି ସେ ଦାବି କରିଥିଲେ। ଖେଡ଼ାଙ୍କ ଅଭିଯୋଗ ଅନୁଯାୟୀ ଛତିଶଗଡ଼ କଂଗ୍ରେସର ଦଳୀୟ ନେତାମାନେ ତାଙ୍କୁ ନିର୍ଯାତନା ଦେଇଛନ୍ତି ଏବଂ ତାଙ୍କୁ ଏକ ଘରେ ପୂରାଇ ମାରଧର କରିଛନ୍ତି। ଉକ୍ତ ଘଟଣା ସଂକ୍ରାନ୍ତରେ ସେ ଦଳୀୟ ନେତାମାନଙ୍କୁ ଅବଗତ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ବୋଲି ସେ ଦାବି କରିଛନ୍ତି। ବିଜେପିରେ ଯୋଗ ଦେବାପରେ ଖେଡ଼ା ସମର୍ଥନ ପାଇଁ ଦଳକୁ ଧନ୍ୟବାଦ ଜଣାଇଛନ୍ତି।

Tags: