କଂଗ୍ରେସର ସଙ୍କଟମୋଚକ ଖଡ଼ଗେଙ୍କ କାର୍ଯ୍ୟକାଳକୁ ବର୍ଷେ
ନୂଆଦିଲ୍ଲୀ : ଆଜିକୁ ଠିକ୍ ବର୍ଷକ ତଳେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ସଭାପତି ଭାବେ ଦାୟିତ୍ବ ନେଇଥିଲେ। ଖଡ଼ଗେ ହେଉଛନ୍ତି କଂଗ୍ରେସର ସଙ୍କଟମୋଚକ। ଉଭୟ ଦଳ ଭିତରେ ଏବଂ ବାହାରେ ବିଦ୍ରୋହୀ ନେତାମାନଙ୍କ ମଧ୍ୟରେ ଏକତା ରକ୍ଷା କରିବା ତାଙ୍କର ସବୁଠୁ ବଡ଼ ଦକ୍ଷତା। ରାଜସ୍ଥାନ ଏବଂ କର୍ଣ୍ଣାଟକରେ କ୍ଷମତା ପାଇଁ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ହୋଇଥିବା ତିକ୍ତ ଲଢ଼େଇକୁ ସମାଧାନ କରିବାରେ ସଫଳ ହୋଇଥିଲେ। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ […]
ନୂଆଦିଲ୍ଲୀ : ଆଜିକୁ ଠିକ୍ ବର୍ଷକ ତଳେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ସଭାପତି ଭାବେ ଦାୟିତ୍ବ ନେଇଥିଲେ। ଖଡ଼ଗେ ହେଉଛନ୍ତି କଂଗ୍ରେସର ସଙ୍କଟମୋଚକ। ଉଭୟ ଦଳ ଭିତରେ ଏବଂ ବାହାରେ ବିଦ୍ରୋହୀ ନେତାମାନଙ୍କ ମଧ୍ୟରେ ଏକତା ରକ୍ଷା କରିବା ତାଙ୍କର ସବୁଠୁ ବଡ଼ ଦକ୍ଷତା। ରାଜସ୍ଥାନ ଏବଂ କର୍ଣ୍ଣାଟକରେ କ୍ଷମତା ପାଇଁ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ହୋଇଥିବା ତିକ୍ତ ଲଢ଼େଇକୁ ସମାଧାନ କରିବାରେ ସଫଳ ହୋଇଥିଲେ। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ତାଙ୍କ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ବିବାଦ ସଂକ୍ରାନ୍ତରେ କାହାକୁ ଅଛପା ନାହିଁ। ଖଡ଼ଗେ ରାଜସ୍ଥାନ ସଙ୍କଟର ସମାଧାନ ପାଇଁ ୫ଟି ବୈଠକ କରିଛନ୍ତି। ସମାଧାନରେ ପହଞ୍ଚିବାପାଇଁ ଖଡ଼ଗେ ଉଭୟ ନେତାଙ୍କୁ ପୃଥକ୍ ଭାବେ ଡକାଇ ବୈଠକ କରିଥିଲେ। କର୍ଣ୍ଣାଟକରେ ମଧ୍ୟ ୨ ହେଭିୱେଟ୍ ନେତା ସିଦ୍ଦରମେୟା ଏବଂ ଡିକେ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଟଣାଓଟରା ଚାଲିଥିଲା। ଖଡ଼ଗେ ଉଭୟଙ୍କ ସହ ବୈଠକ କରିବାପରେ ନିଷ୍କର୍ସରେ ପହଞ୍ଚିଥିଲେ। ଶେଷରେ ସିଦ୍ଦରମେୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେଲେ ଏବଂ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେଲେ। ସେହିପରି ଜାତୀୟ ସ୍ତରରେ ଖଡ଼ଗେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଟିଏମ୍ସି ନେତା ମମତା ବାନାର୍ଜୀ ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କ ସହ ମିଶି ବିରୋଧୀ ଦଳମାନଙ୍କର ଏକ ମେଣ୍ଟ ଗଠନ କରିଛନ୍ତି। ଏହି ମେଣ୍ଟର ନାଁ ରହିଛି ଇଣ୍ଡିଆ ମେଣ୍ଟ। ଇଣ୍ଡିଆ ମେଣ୍ଟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। କିନ୍ତୁ ଆସନ ବୁଝାମଣା ନେଇ ଏଯାବତ ଆଲୋଚନା ହୋଇନାହିଁ। ବିଭିନ୍ନ ବଡ଼ ରାଜ୍ୟରେ ଆସନ ବୁଝାମଣା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି। ୫ ରାଜ୍ୟ ବିଧାନସଭା ନିର୍ବାଚନ ଶେଷ ହେବାପରେ ଆସନ ବୁଝାମଣା ନେଇ ଆଲୋଚନା ହେବ। ଆସନ ବୁଝାମଣା କ୍ଷେତ୍ରରେ ମଧ୍ୟ ଖଡ଼ଗେଙ୍କ ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିବ।




