କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳ
ନୂଆଦିଲ୍ଲୀ :କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଯାଇଛି। କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ ଆଜି ଏକ ସାମ୍ବାଦିକ ସମ୍ମିନଳୀ କରି ଏହା ଘୋଷଣା କରିଛନ୍ତି। ଯୁବ କଂଗ୍ରେସ ଦଳର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଅଚଳ କରାଯାଇଛି । ମାକେନ କହିଛନ୍ତି, ଏବେ ଆମ ପାଖରେ ଖର୍ଚ୍ଚ ପାିଇଁ କିଛି ଟଙ୍କା ନାହିଁ। ବିଦ୍ୟୁତ ବିଲ୍ ଦେବାପାଇଁ ଟଙ୍କା ନାହିଁ କି କର୍ମଚାରୀଙ୍କୁ ଦରମା ଦେବାପାଇଁ ଟଙ୍କା ନାହିଁ ବୋଲି ମାକେନ କହିଛନ୍ତି। ସବୁକିଛି ପ୍ରଭାବିତ ହେବ। କେବଳ […]
ନୂଆଦିଲ୍ଲୀ :କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଯାଇଛି। କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ ଆଜି ଏକ ସାମ୍ବାଦିକ ସମ୍ମିନଳୀ କରି ଏହା ଘୋଷଣା କରିଛନ୍ତି। ଯୁବ କଂଗ୍ରେସ ଦଳର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଅଚଳ କରାଯାଇଛି । ମାକେନ କହିଛନ୍ତି, ଏବେ ଆମ ପାଖରେ ଖର୍ଚ୍ଚ ପାିଇଁ କିଛି ଟଙ୍କା ନାହିଁ। ବିଦ୍ୟୁତ ବିଲ୍ ଦେବାପାଇଁ ଟଙ୍କା ନାହିଁ କି କର୍ମଚାରୀଙ୍କୁ ଦରମା ଦେବାପାଇଁ ଟଙ୍କା ନାହିଁ ବୋଲି ମାକେନ କହିଛନ୍ତି। ସବୁକିଛି ପ୍ରଭାବିତ ହେବ। କେବଳ ନ୍ୟାୟ ଯାତ୍ରା ନୁହେଁ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ପ୍ରଭାବିତ ହେବ ବୋଲି ମାକେନ କହିଛନ୍ତି। ଯୁବ କଂଗ୍ରେସ ଏବଂ କଂଗ୍ରେସ ଦଳଠାରୁ ଆୟକର ବିଭାଗ ୨୧୦ କୋଟି ଟିକସ ଦାବି କରିଛି। ଆକାଉଣ୍ଟରେ ଥିବା କ୍ରାଉଡଫଣ୍ଡିଂ ଟଙ୍କା ବି ଅଚଳ କରାଯାଇଛି। ନିର୍ବାଚନର ମାତ୍ର କିଛି ସପ୍ତାହ ପୂର୍ବରୁ ବିରୋଧୀ ଦଳର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବାର ଅର୍ଥ ଗଣତନ୍ତ୍ର ଅଚଳ କରିବା । ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଏହା ଶକ୍ତ ଝଟ୍କା। ତେବେ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିନ ଏଦଂ ନିର୍ବାଚନ ପ୍ରସ୍ତୁତିରେ ବାଧା ଦେବାପାଇଁ ଜାଣିଶୁଣି ଏଭଳି କରାଯାଇଛି ବୋଲି କଂଗ୍ରେସ ଦାବି କରିଛି। ମାକେନ କହିଛନ୍ତି, ଗଣତନ୍ତ୍ର ଆଉ ନାହିଁ। ଏଠି ଗୋଟିଏ ଦଳର ଶାସନ ଚାଲିଛି। ପ୍ରମୁଖ ବିରୋଧୀ ଦଳକୁ ଏଠି ଦବାଇ ଦିଆଯାଇଛି। ଆମେ ନ୍ୟାୟପାଳିକା, ଗଣମାଧ୍ୟମ ଏବଂ ଲୋକଙ୍କଠାରୁ ନ୍ୟାୟ ଚାହୁ।




