କଂଗ୍ରେସର ବଡ଼ ଅଭିଯୋଗ , ସମ୍ବିଧାନ ପ୍ରସ୍ତାବନାରେ ‘ଧର୍ମନିରପେକ୍ଷ, ସମାଜବାଦୀ’ ନାହିଁ

ନୂଆଦିଲ୍ଲୀ : କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ମଙ୍ଗଳବାର ଦିନ ଅଭି‌ଯୋଗ କରିଛନ୍ତି ଯେ ନୂଆ ସଂସଦ ଭବନରେ କାର୍ଯ୍ୟାରମ୍ଭ ଦିନ ସାଂସଦମାନଙ୍କୁ ଦିଆଯାଇଥିବା ସମ୍ବିଧାନର ନୂଆ କପିରେ ପ୍ରିଆମ୍ବଲ୍‌ ତଥା ପ୍ରାବଧାନରେ ‘ସୋସିଆଲିଷ୍ଟ୍‌’ ଏବଂ ‘ସେକୁଲାର’ ଶବ୍ଦ ନାହିଁ। ଅଧୀର କହିଛନ୍ତି, ଆମେ ଯେଉଁ ନୂଆ ସଂସଦ ଭବନରେ ଚାଲୁଛୁ ସେଠାରେ ସେକୁଲାର ଏବଂ ସୋସିଆଲିଷ୍ଟ୍‌ ଶବ୍ଦ ନାହିଁ। ଯଦି ସମ୍ବିଧାନରେ ଏହି ୨ଟି ଶବ୍ଦ ନାହିଁ ତେବେ ଏହା ଅତ୍ୟନ୍ତ ଚିନ୍ତାଜନକ। ଅଧୀର […]

Samaya Live Picture
Published On

ନୂଆଦିଲ୍ଲୀ : କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ମଙ୍ଗଳବାର ଦିନ ଅଭି‌ଯୋଗ କରିଛନ୍ତି ଯେ ନୂଆ ସଂସଦ ଭବନରେ କାର୍ଯ୍ୟାରମ୍ଭ ଦିନ ସାଂସଦମାନଙ୍କୁ ଦିଆଯାଇଥିବା ସମ୍ବିଧାନର ନୂଆ କପିରେ ପ୍ରିଆମ୍ବଲ୍‌ ତଥା ପ୍ରାବଧାନରେ ‘ସୋସିଆଲିଷ୍ଟ୍‌’ ଏବଂ ‘ସେକୁଲାର’ ଶବ୍ଦ ନାହିଁ। ଅଧୀର କହିଛନ୍ତି, ଆମେ ଯେଉଁ ନୂଆ ସଂସଦ ଭବନରେ ଚାଲୁଛୁ ସେଠାରେ ସେକୁଲାର ଏବଂ ସୋସିଆଲିଷ୍ଟ୍‌ ଶବ୍ଦ ନାହିଁ। ଯଦି ସମ୍ବିଧାନରେ ଏହି ୨ଟି ଶବ୍ଦ ନାହିଁ ତେବେ ଏହା ଅତ୍ୟନ୍ତ ଚିନ୍ତାଜନକ। ଅଧୀର କହିଛନ୍ତି, ସରକାର ଅତି ଚତୁ‌ର ଭାବେ ଏହି ପରିବର୍ତ୍ତନ କରିଛନ୍ତି ଏବଂ ସେମାନଙ୍କ ଉଦ୍ଦେଶ୍ୟ ଅତ୍ୟନ୍ତ ସମସ୍ୟାଜନକ। ଚୌଧୁରୀ କହିଛନ୍ତି, ସେ ଉକ୍ତ ପ୍ରସଙ୍ଗ ସଂସଦରେ ଉଠାଇବାକୁ ଚାହିଛନ୍ତି କିନ୍ତୁ ତାଙ୍କୁ ଏଥିପାଇଁ ସୁଯୋଗ ମିଳିନି। କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ କହିଛନ୍ତି, ସମ୍ବିଧାନର ପ୍ରାବଧାନରେ ସମାଜବାଦୀ ଏବଂ ଧର୍ମନିରପେକ୍ଷ ଶବ୍ଦ ନାହିଁ।

Tags: