କଂଗ୍ରେସର ବଂଶବାଦ ରାଜନୀତି ପାଇଁ ଶରଦ ପାୱାର ପ୍ରଧାନମନ୍ତ୍ରୀ ହୋଇପାରିଲେନି : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜେପି ନେତୃତ୍ବାଧୀନ ଏନ୍ଡିଏ ସାଂସଦମାନଙ୍କ ସହ ଏକ ବୈଠକ କରିଛନ୍ତି। ବୈଠକରେ ମୋଦୀ କହିଛନ୍ତି, କଂଗ୍ରେସର ବଂଶବାଦ ରାଜନୀତି ପାଇଁ ବରିଷ୍ଠ ଏନ୍ସିପି ନେତା ଶରଦ ପାୱାର ପ୍ରଧାନମନ୍ତ୍ରୀ ହୋଇପାରିଲେନି। ବିଜେପି କଂଗ୍ରେସ ଭଳି ଅହଙ୍କାରୀ ନୁହେଁ। ତେଣୁ ଏହା କ୍ଷମତାରେ ରହିବ। ପ୍ରଧାନମନ୍ତ୍ରୀ ମଧ୍ୟ ୨୦୧୪ରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରିବା ସମୟର କଥା କହିଛନ୍ତି। ମୋଦୀ କହିଛନ୍ତି, ପ୍ରଣବ […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜେପି ନେତୃତ୍ବାଧୀନ ଏନ୍ଡିଏ ସାଂସଦମାନଙ୍କ ସହ ଏକ ବୈଠକ କରିଛନ୍ତି। ବୈଠକରେ ମୋଦୀ କହିଛନ୍ତି, କଂଗ୍ରେସର ବଂଶବାଦ ରାଜନୀତି ପାଇଁ ବରିଷ୍ଠ ଏନ୍ସିପି ନେତା ଶରଦ ପାୱାର ପ୍ରଧାନମନ୍ତ୍ରୀ ହୋଇପାରିଲେନି। ବିଜେପି କଂଗ୍ରେସ ଭଳି ଅହଙ୍କାରୀ ନୁହେଁ। ତେଣୁ ଏହା କ୍ଷମତାରେ ରହିବ। ପ୍ରଧାନମନ୍ତ୍ରୀ ମଧ୍ୟ ୨୦୧୪ରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରିବା ସମୟର କଥା କହିଛନ୍ତି। ମୋଦୀ କହିଛନ୍ତି, ପ୍ରଣବ ମୁଖାର୍ଜୀ ତାଙ୍କୁ କହିଥିଲେ ଯେ ବିଜେପି ଦଳ ଆପଣଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଏବଂ ଆପଣଙ୍କ ନାଁରେ ବିପୁଳ ସଂଖ୍ୟାଗରିଷ୍ଠତା ପାଇଲା। ଏହା ପ୍ରଥମ ଥର ପାଇଁ ହେଲା। ଜନସାଧାରଣ ଆପଣଙ୍କୁ ବାଛିଥିଲେ, କାରଣ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରିବା ଦ୍ବାରା କେବେ ବି ନିର୍ବାଚନରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ। ଉଲ୍ଲେଖଯୋଗ୍ୟ ଯେ ଶରଦ ପାୱାର ବିଜେପିକୁ ଆଡ଼କୁ ଢଳୁଛନ୍ତି ବୋଲି ଚର୍ଚ୍ଚାା ହେଉଥିବାବେଳେ ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି ଟିପ୍ପଣୀକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।

Tags: