କଂଗ୍ରେସରେ ବଡ଼ ଧରଣର ସାଂଗଠନିକ ଅଦଳବଦଳ , ସଚିନ ପାଇଲଟଙ୍କୁ ଗୁରୁ ଦାୟିତ୍ବ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଦଳରେ ବଡ଼ ଧରଣର ସାଂଗଠନିକ ଅଦଳବଦଳ କରାଯାଇଛି। ସଚିନ ପାଇଲଟଙ୍କୁ ଛତିଶଗଡ଼ରେ ଏଆଇସିସି ସାଧାରଣ ସଚିବ ନିଯୁକ୍ତ କରାଯାଇଛି। ସାଧାରଣ ସଚିବ ଅବିନାଶ ପାଣ୍ଡେ ପ୍ରିୟଙ୍କା ଗାନ୍ଧିଙ୍କ ସ୍ଥାନରେ ଉତ୍ତରପ୍ରଦେଶର ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶର ସାଧାରଣ ସଚିବ ଥିଲେ। କିନ୍ତୁ ‌ଏବେ ତାଙ୍କୁ ଏହି ଦାୟିତ୍ବରୁ ମୁକ୍ତ କରାଯାଇଛି। ପ୍ରିୟଙ୍କାଙ୍କୁ ଅନ୍ୟ କୌଣସି ରାଜ୍ୟର ଦାୟିତ୍ବ ମିଳିନି। […]

Samaya Live Picture
Published On

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଦଳରେ ବଡ଼ ଧରଣର ସାଂଗଠନିକ ଅଦଳବଦଳ କରାଯାଇଛି। ସଚିନ ପାଇଲଟଙ୍କୁ ଛତିଶଗଡ଼ରେ ଏଆଇସିସି ସାଧାରଣ ସଚିବ ନିଯୁକ୍ତ କରାଯାଇଛି। ସାଧାରଣ ସଚିବ ଅବିନାଶ ପାଣ୍ଡେ ପ୍ରିୟଙ୍କା ଗାନ୍ଧିଙ୍କ ସ୍ଥାନରେ ଉତ୍ତରପ୍ରଦେଶର ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶର ସାଧାରଣ ସଚିବ ଥିଲେ। କିନ୍ତୁ ‌ଏବେ ତାଙ୍କୁ ଏହି ଦାୟିତ୍ବରୁ ମୁକ୍ତ କରାଯାଇଛି। ପ୍ରିୟଙ୍କାଙ୍କୁ ଅନ୍ୟ କୌଣସି ରାଜ୍ୟର ଦାୟିତ୍ବ ମିଳିନି। ବରିଷ୍ଠ ନେତା ମୁକୁଲ ବସନିକଙ୍କୁ ଗୁଜରାଟ ଦାୟିତ୍ବ ମିଳିଥିବାବେଳେ ରଣଦୀପ ସିଂହ ସୂର୍ଯେୱାଲାଙ୍କୁ କର୍ଣ୍ଣାଟକ ପ୍ରଭାରୀ ନିଯୁକ୍ତ କରାଯାଇଛି। ସଂଗଠନରେ ଯୋଗାଯୋଗ ଦାୟିତ୍ବ ତଦାରଖ ଭାର ବରିଷ୍ଠ ନେତା ଜୟରାମ ରମେଶଙ୍କୁ ଦିଆଯାଇଛି । ଅନ୍ୟପକ୍ଷରେ କେସି ବେଣୁଗୋପାଳଙ୍କୁ ସଂଗଠନକୁ ଦେଖିବା ଦାୟିତ୍ବ ମିଳିଛି। ବରିଷ୍ଠ ନେତା ଅଜୟ ମାକେନ ଏଆଇସିସି କୋଷାଧ୍ୟକ୍ଷ ଦାୟିତ୍ବରେ ରହିଛନ୍ତି। ୧୨ ସାଧାରଣ ସଚିବଙ୍କ ସମେତ ଦଳ ୧୧ ରାଜ୍ୟ ପ୍ରଭାରୀଙ୍କୁ ନିଯୁକ୍ତ କରିଛି। ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଅତିରିକ୍ତ ଦାୟିତ୍ବ ଜିଏସ୍ ମିରଙ୍କୁ ଦିଆଯାଇଥିବାବେଳେ କେରଳ, ଲାକ୍ଷାଦ୍ବୀପ ଏବଂ ତେଲେଙ୍ଗାନାର ଅତିରିକ୍ତ ଦାୟିତ୍ବ ଦୀପା ଦାସମୁନସିଙ୍କୁ ଦିଆଯାଇଛି। ମହାରାଷ୍ଟ୍ର ଦାୟିତ୍ବ ରମେଶ ଛେନ୍ନିଥାଲାଙ୍କୁ ଦିଆଯାଇଛି। ବିହାର ଦାୟିତ୍ବ ମୋହନ ପ୍ରକାଶଙ୍କୁ ଦିଆଯାଇଛି। ଡା ଛେଲାକୁମାରଙ୍କ ନେତୃତ୍ବରେ ମେଘାଳୟ, ମିଜୋରାମ ଏବଂ ଅରୁଣାଚଳପ୍ରଦେଶ ରହିଛି। ଡା ଅଜୟ କୁମାରଙ୍କୁ ଓଡ଼ିଶା, ତାମିଲନାଡ଼ୁ ଏବଂ ପୁଡ଼ୁଚେରୀ ଦାୟିତ୍ବ ମିଳିଛି।

Tags: