କଂଗ୍ରେସକୁ ମିଳିଲା ନୂଆ ଠିକଣା

ନୂଆଦିଲ୍ଳୀ: କଂଗ୍ରେସର ଠିକଣା ବଦଳିଛି। କଂଗ୍ରେସର ନୂତନ କାର୍ଯ୍ୟାଳୟ ଆଜି ଉଦ୍‌ଘାଟନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ନୂତନ ମୁଖ୍ୟାଳୟ ‘ଇନ୍ଦିରା ଗାନ୍ଧୀ ଭବନ’କୁ ବୁଧବାର ଦିନ ଦିଲ୍ଲୀର ୯ଏ କୋଟଲା ରୋଡରେ ଉଦ୍‌ଘାଟନ କରାଯାଇଥିବା ସୂଚନା ମିଳିଛି। ସୋନିଆ ଗାନ୍ଧୀ ନୂତନ କୋଠା ଉଦ୍‌ଘାଟନ କରିବା ବେଳେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରବେଶ ଦ୍ବାରରେ ରିବନ୍ କାଟିବା ପାଇଁ ତାଙ୍କ ସହିତ ଯୋଗ ଦେବାକୁ ଅନୁରୋଧ କରିଥିବାର ଦେଖିବାକୁ ମିଳିଛି। […]

Samaya Live Picture
Published On

ନୂଆଦିଲ୍ଳୀ: କଂଗ୍ରେସର ଠିକଣା ବଦଳିଛି। କଂଗ୍ରେସର ନୂତନ କାର୍ଯ୍ୟାଳୟ ଆଜି ଉଦ୍‌ଘାଟନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ନୂତନ ମୁଖ୍ୟାଳୟ ‘ଇନ୍ଦିରା ଗାନ୍ଧୀ ଭବନ’କୁ ବୁଧବାର ଦିନ ଦିଲ୍ଲୀର ୯ଏ କୋଟଲା ରୋଡରେ ଉଦ୍‌ଘାଟନ କରାଯାଇଥିବା ସୂଚନା ମିଳିଛି। ସୋନିଆ ଗାନ୍ଧୀ ନୂତନ କୋଠା ଉଦ୍‌ଘାଟନ କରିବା ବେଳେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରବେଶ ଦ୍ବାରରେ ରିବନ୍ କାଟିବା ପାଇଁ ତାଙ୍କ ସହିତ ଯୋଗ ଦେବାକୁ ଅନୁରୋଧ କରିଥିବାର ଦେଖିବାକୁ ମିଳିଛି। ଦୀର୍ଘ ୪୭ ବର୍ଷ ଧରି ୨୪ ଆକବର ରୋଡରେ ରହିଥିଲା କଂଗ୍ରେସ ମୁଖ୍ୟାଳୟ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସାଂସଦ ରାହୁଲ ଗାନ୍ଧୀ, କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ କେ ସି ବେଣୁଗୋପାଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଦଳର ନେତାମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ନୂତନ ମୁଖ୍ୟାଳୟରେ ଦଳୀୟ ନେତାମାନେ ଦଳୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ବନ୍ଦେ ମାତରମ୍ ଏବଂ ଜାତୀୟ ସଙ୍ଗୀତ ଗାନ କରିଥିଲେ।

Tags: