ଓବିସି କୋଟା ପ୍ରସଙ୍ଗକୁ ନେଇ କଂଗ୍ରେସ ମୁଖ୍ୟାଳୟରେ ବିଜେପି କର୍ମୀଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ : ଦିଲ୍ଲୀ ବିଜେପି ନେତା ଏବଂ କର୍ମୀମାନେ ଆଜି ନୂଆଦିଲ୍ଲୀର ଆକବର ରୋଡ୍ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ନିକଟରେ ଆନ୍ଦୋଳନ କରିଛନ୍ତି। କଂଗ୍ରେସ ଦଳ ଓବିସି ସଂରକ୍ଷଣକୁ ଛଡ଼ାଇ ଆଣି ଏହାକୁ ଦେଶର ସଂଖ୍ୟାଲଘୁଙ୍କୁ ଦେବାକୁ ଚାହୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଦିଲ୍ଲୀ ବିଜେପିର ଓବିସି ମୋର୍ଚ୍ଚା ଦ୍ବାରା ଆୟୋଜିତ ଆନ୍ଦୋଳନରେ ଉଦବୋଧନ ଦେଇ ରାଜ୍ୟ ଦଳୀୟ ସଭାପତି ବିରେନ୍ଦ୍ର ସଚଦେବ କହିଛନ୍ତି, ଯେଉଁମାତନେ ହିନ୍ଦୁ ଓବିସିଙ୍କଠାରୁ ସଂରକ୍ଷଣ ଛଡ଼ାଇ ନେଇଛନ୍ତି ମୋଦୀ ଏହାର […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ବିଜେପି ନେତା ଏବଂ କର୍ମୀମାନେ ଆଜି ନୂଆଦିଲ୍ଲୀର ଆକବର ରୋଡ୍ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ନିକଟରେ ଆନ୍ଦୋଳନ କରିଛନ୍ତି। କଂଗ୍ରେସ ଦଳ ଓବିସି ସଂରକ୍ଷଣକୁ ଛଡ଼ାଇ ଆଣି ଏହାକୁ ଦେଶର ସଂଖ୍ୟାଲଘୁଙ୍କୁ ଦେବାକୁ ଚାହୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଦିଲ୍ଲୀ ବିଜେପିର ଓବିସି ମୋର୍ଚ୍ଚା ଦ୍ବାରା ଆୟୋଜିତ ଆନ୍ଦୋଳନରେ ଉଦବୋଧନ ଦେଇ ରାଜ୍ୟ ଦଳୀୟ ସଭାପତି ବିରେନ୍ଦ୍ର ସଚଦେବ କହିଛନ୍ତି, ଯେଉଁମାତନେ ହିନ୍ଦୁ ଓବିସିଙ୍କଠାରୁ ସଂରକ୍ଷଣ ଛଡ଼ାଇ ନେଇଛନ୍ତି ମୋଦୀ ଏହାର ସଠିକ୍ ଜବାବ ଦେବେ। ଆନ୍ଦୋଳନକାରୀ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଇଣ୍ଡିଆ ମେଣ୍ଟ ବିରୋଧରେ ସ୍ଲୋଗାନ୍ ଦେଇଛନ୍ତି। ବିଜେପି ଆନ୍ଦୋଳନକାରୀଙ୍କୁ ଅଟକାଇବାପାଇଁ ବିଶାଳ ସଂଖ୍ୟାରେ ପୁଲିସ ମୁତୟନ ହୋଇଛନ୍ତି। ପୂର୍ବରୁ କର୍ଣ୍ଣାଟକରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ କଂଗ୍ରେସ ଧର୍ମ ଆଧାରରେ ଦେଶରେ ସଂରକ୍ଷଣ ପାଇଁ ଯୋଜନା କରୁଛି ।

Tags: