ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା, ଶୋକ ପ୍ରକାଶ କଲେ ବିଶ୍ବ ନେତା

ନୂଆଦିଲ୍ଲୀ : ଓଡ଼ିଶାରେ ହୋଇଥିବା ଛାତିଥରା ଟ୍ରେନ୍‌ ଦୁର୍ଘଟଣାରେ ୩୦୦ ପାଖାପାଖି ଲୋକଙ୍କ ମୃତ୍ୟୁ ହେଲାଣି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ। ଓଡ଼ିଶା‌ ଟ୍ରେନ୍‌ ଦୁର୍ଘଟଣାରେ ବିଶ୍ବ ନେତାମାନେ ଶୋକ ପ୍ରକାଶ କରିଛନ୍ତି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ, ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ ୱେନ ଏବଂ ଅନ୍ୟ ନେତାମାନେ ଏଭଳି ଦୁର୍ଘଟଣା ପାଇଁ ଶୋକବ୍ୟକ୍ତ କରିଛନ୍ତି। ଜାତିସଂଘ ସାଧାରଣ ଅଧିବେଶନ ସଭାପତି ସାବା କୋରସି ମଧ୍ୟ ଉକ୍ତ […]

Samaya Live Picture
Published On

ନୂଆଦିଲ୍ଲୀ : ଓଡ଼ିଶାରେ ହୋଇଥିବା ଛାତିଥରା ଟ୍ରେନ୍‌ ଦୁର୍ଘଟଣାରେ ୩୦୦ ପାଖାପାଖି ଲୋକଙ୍କ ମୃତ୍ୟୁ ହେଲାଣି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ। ଓଡ଼ିଶା‌ ଟ୍ରେନ୍‌ ଦୁର୍ଘଟଣାରେ ବିଶ୍ବ ନେତାମାନେ ଶୋକ ପ୍ରକାଶ କରିଛନ୍ତି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ, ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ ୱେନ ଏବଂ ଅନ୍ୟ ନେତାମାନେ ଏଭଳି ଦୁର୍ଘଟଣା ପାଇଁ ଶୋକବ୍ୟକ୍ତ କରିଛନ୍ତି।
ଜାତିସଂଘ ସାଧାରଣ ଅଧିବେଶନ ସଭାପତି ସାବା କୋରସି ମଧ୍ୟ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଅଷ୍ଟ୍ରେଲିଆ ବିଦେଶ ମନ୍ତ୍ରୀ ପେନ୍ନି ୱଙ୍ଗ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେହିପରି ଭାରତକୁ ରୁଷ୍‌ର ଆମ୍ବାସାଡର ଡେନିସ ଆଲିପଭ ମଧ୍ୟ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀଲଙ୍କା ମଧ୍ୟ ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛି।

Tags: