ଏୟାର ଇଣ୍ଡିଆ ନାଗପୁର-ମୁମ୍ବାଇ ବିମାନରେ ମହିଳାଙ୍କୁ କାମୁଡ଼ିଦେଲା କଙ୍କଡ଼ା ବିଛା

ନୂଆଦିଲ୍ଲୀ : ଅତ୍ୟନ୍ତ ଏକ ବିରଳ ଘଟଣାକ୍ରମରେ ଏୟାର ଇଣ୍ଡିଆର ନାଗପୁର-ମୁମ୍ବାଇ ବିମାନରେ ଜଣେ ମହିଳାଙ୍କୁ କଙ୍କଡ଼ା ବିଛା କାମୁଡ଼ି ଦେଇଛି। ବିମାନଟି ମଝି ଆକାଶରେ ଥିବାବେଳେ ମହିଳାଙ୍କୁ କଙ୍କଡ଼ା ବିଛା କାମୁଡ଼ିଦେଇଥିଲା। ଅତ୍ୟନ୍ତ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବି କିଛି ବାଟ ନଥିଲା। ତେବେ ମୁମ୍ବାଇ ବିମାନବନ୍ଦରରେ ବିମାନ ଅବତରଣ କରିବାପରେ ତୁରନ୍ତ ମହିଳାଙ୍କୁ ଏକ ହସ୍ପିଟାଲ‌ରେ ଚିକିତ୍ସା କରାଯାଇଥିଲା। ଏହାପରେ ସେ ସୁସ୍ଥ ଅଛନ୍ତି। ଗତମାସରେ ଏହି ଘଟଣା ଘଟିଥିଲେ ସୁଦ୍ଧା ବିମାନ ସଂସ୍ଥା […]

Samaya Live Picture
Published On

ନୂଆଦିଲ୍ଲୀ : ଅତ୍ୟନ୍ତ ଏକ ବିରଳ ଘଟଣାକ୍ରମରେ ଏୟାର ଇଣ୍ଡିଆର ନାଗପୁର-ମୁମ୍ବାଇ ବିମାନରେ ଜଣେ ମହିଳାଙ୍କୁ କଙ୍କଡ଼ା ବିଛା କାମୁଡ଼ି ଦେଇଛି। ବିମାନଟି ମଝି ଆକାଶରେ ଥିବାବେଳେ ମହିଳାଙ୍କୁ କଙ୍କଡ଼ା ବିଛା କାମୁଡ଼ିଦେଇଥିଲା। ଅତ୍ୟନ୍ତ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବି କିଛି ବାଟ ନଥିଲା। ତେବେ ମୁମ୍ବାଇ ବିମାନବନ୍ଦରରେ ବିମାନ ଅବତରଣ କରିବାପରେ ତୁରନ୍ତ ମହିଳାଙ୍କୁ ଏକ ହସ୍ପିଟାଲ‌ରେ ଚିକିତ୍ସା କରାଯାଇଥିଲା। ଏହାପରେ ସେ ସୁସ୍ଥ ଅଛନ୍ତି। ଗତମାସରେ ଏହି ଘଟଣା ଘଟିଥିଲେ ସୁଦ୍ଧା ବିମାନ ସଂସ୍ଥା ପକ୍ଷରୁ ଆଜି ଏନେଇ ଏକ ବିବୃତି ଜାରି କରାଯାଇଛି। ଏୟାର ଇଣ୍ଡିଆ କହିଛନ୍ତି, ଏପ୍ରିଲ ୨୩ ତାରିଖରେ ଆମ ବିମାନ ଏଆଇ ୬୩୦ରେ ଜଣେ ଯାତ୍ରୀଙ୍କୁ କଙ୍କଡ଼ା ବିଛା କାମୁଡ଼ି ଦେଇଥିଲା। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଡିସେମ୍ବରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଏକ ସାପ ବାହାରିଥିଲା।

Tags: