ଏସ୍‌ସିଓ ସମ୍ମିଳନୀ ପାଇଁ ପାକିସ୍ତାନ ଯିବେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର

ନୂଆଦିଲ୍ଳୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ପାକିସ୍ତାନ ଯିବେ। ଅକ୍ଟୋବର ମଧ୍ୟ ଭାଗରେ ପାକିସ୍ତାନରେ ହେବାକୁ ଥିବା ଏସ୍‌ସିଓ (ସାଂଘାଇ ସହଯୋଗ ସଂଗଠନ)ର ଏକ କନ୍‌କ୍ଲେଭ୍‌ରେ ଯୋଗ ଦେବାପାଇଁ ଜୟଶଙ୍କର ପାକିସ୍ତାନ ଗସ୍ତ କରି‌ବ‌େ। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ୍‌ ଏହି ଘୋଷଣା କରିଛନ୍ତି। ଜୟଶଙ୍କରଙ୍କ ପୂର୍ବରୁ ଶେଷ ଥର ପାଇଁ ପାକିସ୍ତାନ ଯାଇଥିବା ବିଦେଶ ବ୍ୟାପାର ମନ୍ତ୍ରୀ ହେଉଛନ୍ତି ସୁଷମା ସ୍ବରାଜ। ୨୦୧୫ ଡିସେମ୍ବରରେ ସେ ଇସଲାମାବାଦ ଯାଇଥିଲେ। ପାକିସ୍ତାନ ଚଳିତବର୍ଷ […]

Samaya Live Picture
Published On

ନୂଆଦିଲ୍ଳୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ପାକିସ୍ତାନ ଯିବେ। ଅକ୍ଟୋବର ମଧ୍ୟ ଭାଗରେ ପାକିସ୍ତାନରେ ହେବାକୁ ଥିବା ଏସ୍‌ସିଓ (ସାଂଘାଇ ସହଯୋଗ ସଂଗଠନ)ର ଏକ କନ୍‌କ୍ଲେଭ୍‌ରେ ଯୋଗ ଦେବାପାଇଁ ଜୟଶଙ୍କର ପାକିସ୍ତାନ ଗସ୍ତ କରି‌ବ‌େ। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ୍‌ ଏହି ଘୋଷଣା କରିଛନ୍ତି। ଜୟଶଙ୍କରଙ୍କ ପୂର୍ବରୁ ଶେଷ ଥର ପାଇଁ ପାକିସ୍ତାନ ଯାଇଥିବା ବିଦେଶ ବ୍ୟାପାର ମନ୍ତ୍ରୀ ହେଉଛନ୍ତି ସୁଷମା ସ୍ବରାଜ। ୨୦୧୫ ଡିସେମ୍ବରରେ ସେ ଇସଲାମାବାଦ ଯାଇଥିଲେ। ପାକିସ୍ତାନ ଚଳିତବର୍ଷ ଏସ୍‌ସିଓ ସିଏଚ୍‌ଜି (କାଉନସିଲ ଅଫ୍‌ ହେଡ୍‌ସ ଅଫ୍‌ ଗଭର୍ଣ୍ଣମେଣ୍ଟ୍‌) ବୈଠକ ଆୟୋଜନ କରୁଛି। ଏହି ବୈଠକ ଅକ୍ଟୋବର ୧୫ ଏବଂ ୧୬ ତାରିଖରେ ଅଛି। ଏସ୍‌ ଜୟଶଙ୍କର ଏସ୍‌ସିଓ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଆମ ପ୍ରତିନିଧିଙ୍କର ନେତୃତ୍ବ ନେବେ ବୋଲି ଜୟସ୍ବାଲ ତାଙ୍କ ସାପ୍ତାହିକ ବିବୃତିରେ କହିଛନ୍ତି। ମୁଖପାତ୍ର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଜୟଶଙ୍କର କେବଳ ଏସ୍‌ସିଓ ସମ୍ମିଳନୀରେ ଯୋଗ ଦେବାପାଇଁ ପାକିସ୍ତାନ ଯାଉଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟରେ ପାକିସ୍ତାନ ଏସ୍‌ସିଓ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଥିଲା। ଜୟଶଙ୍କରଙ୍କ ପାକିସ୍ତାନ ଗସ୍ତ ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏସ୍‌ସିଓ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦର୍ଶାଇବାପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Tags: