ଏସ୍‌ପିଜି ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ପରଲୋକ

ନୂଆଦିଲ୍ଲୀ : ଏସ୍‌ପିଜି (ସ୍ପେସାଲ ପ୍ରୋଟେକ୍ସନ ଗ୍ରୁପ୍‌) ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କର ଆଜି ପରଲୋକ ଘଟିଛି। ୬୧ ବର୍ଷୀୟ ସିହ୍ନା ଗତ କିଛି ମାସ ଧରି ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ। ହରିୟାଣାର ଗୁରୁଗ୍ରାମରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ସେ ୨୦୧୬ରୁ ଏସପିଜି ମୁଖ୍ୟ ଦାୟିତ୍ବରେ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ସେ ରହିଛନ୍ତି। ନିକଟରେ ତାଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ : ଏସ୍‌ପିଜି (ସ୍ପେସାଲ ପ୍ରୋଟେକ୍ସନ ଗ୍ରୁପ୍‌) ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କର ଆଜି ପରଲୋକ ଘଟିଛି। ୬୧ ବର୍ଷୀୟ ସିହ୍ନା ଗତ କିଛି ମାସ ଧରି ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ। ହରିୟାଣାର ଗୁରୁଗ୍ରାମରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ସେ ୨୦୧୬ରୁ ଏସପିଜି ମୁଖ୍ୟ ଦାୟିତ୍ବରେ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ସେ ରହିଛନ୍ତି। ନିକଟରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ସିହ୍ନା ହେଉଛନ୍ତି ୧୯୮୭ ବ୍ୟାଚ୍‌ର ଜଣେ କେରଳ କାଡର ଆଇପିଏସ ଅଫିସର। ଏସ୍‌ପିଜି ମୁଖ୍ୟ ନିଯୁକ୍ତ ହେବା ପୂର୍ବରୁ ସିହ୍ନା କେରଳରେ ଏଡିଜି ପୁଲିସ ଥିଲେ। ଚଳିତ ବର୍ଷ ମେ’ ୩୦ରେ ତାଙ୍କର ଅବସର ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କ କାର୍ଯ୍ୟକାଳ ଆଉ ଗୋଟିଏ ବର୍ଷ ବୃଦ୍ଧି କରିଥିଲେ।

Tags: