‘ଏସ୍ଏସ୍ସି’ ପ୍ରଶ୍ନପତ୍ର ଲିକ୍ ମାମଲାରେ ତେଲେଙ୍ଗାନା ବିଜେପି ସମ୍ପାଦକଙ୍କୁ ଜାମିନ
ହାଇଦ୍ରାବାଦ୍: ‘ଏସ୍ଏସ୍ସି’ ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ତେଲେଙ୍ଗାନା ବିଜେପି ସମ୍ପାଦକ ବଂଦି ସଞ୍ଜୟ କୁମାରଙ୍କୁ ଜାମିନ ମିଳିଛି। ୨୦ ହଜାର ଟଙ୍କା ମୁଚାଲିକାରେ ୱାରାଙ୍ଗଲ୍ର ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କ ଜାମିନ ଆବେଦନକୁ ସର୍ତ୍ତମୂଳକ ମଞ୍ଜୁର କରିଛନ୍ତି। ଆଜି ସେ ମୁକୁଳି ପାରନ୍ତି। ଜାମିନ ମଞ୍ଜୁରିରେ ଅଦାଲତ ରଖିଥିବା ସର୍ତ୍ତରେ କୁହାଯାଇଛି ଯେ, ମାମଲା ଶେଷ ନହେବା ପର୍ଯ୍ୟନ୍ତ ବଂଦୀ ସଞ୍ଜୟ କୁମାର ଦେଶ ଛାଡ଼ି ଯିବେନାହିଁ, ତଦନ୍ତରେ ସହଯୋଗ କରିବେ ଓ ସାକ୍ଷୀମାନଙ୍କୁ ଧମକ […]
ହାଇଦ୍ରାବାଦ୍: ‘ଏସ୍ଏସ୍ସି’ ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ତେଲେଙ୍ଗାନା ବିଜେପି ସମ୍ପାଦକ ବଂଦି ସଞ୍ଜୟ କୁମାରଙ୍କୁ ଜାମିନ ମିଳିଛି। ୨୦ ହଜାର ଟଙ୍କା ମୁଚାଲିକାରେ ୱାରାଙ୍ଗଲ୍ର ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କ ଜାମିନ ଆବେଦନକୁ ସର୍ତ୍ତମୂଳକ ମଞ୍ଜୁର କରିଛନ୍ତି। ଆଜି ସେ ମୁକୁଳି ପାରନ୍ତି। ଜାମିନ ମଞ୍ଜୁରିରେ ଅଦାଲତ ରଖିଥିବା ସର୍ତ୍ତରେ କୁହାଯାଇଛି ଯେ, ମାମଲା ଶେଷ ନହେବା ପର୍ଯ୍ୟନ୍ତ ବଂଦୀ ସଞ୍ଜୟ କୁମାର ଦେଶ ଛାଡ଼ି ଯିବେନାହିଁ, ତଦନ୍ତରେ ସହଯୋଗ କରିବେ ଓ ସାକ୍ଷୀମାନଙ୍କୁ ଧମକ ଦେବେନାହିଁ। ଉଲ୍ଲେଖଯୋଗ୍ୟ, କରିମ୍ନଗର ଲୋକସଭା ସାଂସଦ ବଂଦି ସଞ୍ଜୟ କୁମାରଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ କରିମ୍ନଗର ସ୍ଥିତ ବାସଭବନରୁ ପୁଲିସ୍ ଗିରଫ କରିଥିଲା। ପୁଲିସ କହିବା ଅନୁସାରେ, ଏସ୍ଏସ୍ସି ପରୀକ୍ଷାରେ ବିଭ୍ରାଟ ସୃଷ୍ଟି କରିବାକୁ ବଂଦୀ ସଞ୍ଜୟ କୁମାର ଅନ୍ୟ ଅଭିଯୁକ୍ତମାନଙ୍କ ସହିତ ମିଶି ଷଡ଼ଯନ୍ତ୍ର କରୁଥିଲେ। ଏହା ପୂର୍ବରୁ ଏସ୍ଏସ୍ସି ପରୀକ୍ଷାର ଦୁଇଟି ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ତେଣୁ, ପ୍ରଶ୍ନପତ୍ର ଲିକ୍ ମାମାଲରେ ଏପ୍ରିଲ୍ ୫ ତାରିଖ ଦିନ ବଂଦୀ ସଞ୍ଜୟ କୁମାରଙ୍କୁ ଏପ୍ରିଲ୍ ୧୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରଖିବାକୁ ରିମାଣ୍ଡ୍ରେ ନିଆଯାଇଥିଲା।




