ଏଲ୍‌ଓସି ନିକଟରେ ବିସ୍ଫୋରଣ, ୬ ଯବାନ ଆହତ

ଶ୍ରୀନଗର : ଜମ୍ମୁ କଶ୍ମୀର ରଜୌରୀ ସ୍ଥିତ ନୌସେରା ସେକ୍ଟରରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି। ଅଧିକାରୀଙ୍କ ସୂଚନା ମୁତାବକ, ଭାରତୀୟ ସେନାର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ନୌସେରା ସେକ୍ଟରର ଖାମ୍ବା ଦୁର୍ଗ ନିକଟରେ ସକାଳ ୧୦ଟା ୪୫ ସମୟରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିଲା। ଜଣେ ସୈନିକ ହଠାତ୍ ଲ୍ୟାଣ୍ଡମାଇନ୍ ଉପରେ ଭୁଲ୍‌ରେ ଚଢ଼ି ଯିବାରୁ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। ଉକ୍ତ ଘଟଣା ପରେ […]

Samaya Live Picture
Published On

ଶ୍ରୀନଗର : ଜମ୍ମୁ କଶ୍ମୀର ରଜୌରୀ ସ୍ଥିତ ନୌସେରା ସେକ୍ଟରରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି। ଅଧିକାରୀଙ୍କ ସୂଚନା ମୁତାବକ, ଭାରତୀୟ ସେନାର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ନୌସେରା ସେକ୍ଟରର ଖାମ୍ବା ଦୁର୍ଗ ନିକଟରେ ସକାଳ ୧୦ଟା ୪୫ ସମୟରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିଲା। ଜଣେ ସୈନିକ ହଠାତ୍ ଲ୍ୟାଣ୍ଡମାଇନ୍ ଉପରେ ଭୁଲ୍‌ରେ ଚଢ଼ି ଯିବାରୁ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। ଉକ୍ତ ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି ଏବଂ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି।

Tags: