ଏଲ୍ଓସିରେ ଅନୁପ୍ରବେଶ ଉଦ୍ୟମ, ସେନାର ବ୍ୟାପକ ସର୍ଚ୍ଚ ଅପରେସନ୍
ଶ୍ରୀନଗର: ଜମ୍ମୁ କାଶ୍ମୀର ରାଜୌରୀ ଜିଲ୍ଲା ଏଲ୍ଓସି ନିକଟରେ ସନ୍ଦେହଜନକ ଗତିବିଧି ଜଣାପଡ଼ିବା ପରେ ସେନାବାହିନୀ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ଜମ୍ମୁ କାଶ୍ମୀରର ପୁଞ୍ଚ , ସାମ୍ବା ଏବଂ କଠୁଆ ଜିଲ୍ଲାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। କିରି ସେକ୍ଟରର ଚିଙ୍ଗୁସ ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲରେ ୩ ରୁ ୪ ଜଣ ବ୍ୟକ୍ତିଙ୍କ ଗତିବିଧି ଜଣାପଡ଼ିବା ପରେ ସେନା ପକ୍ଷରୁ ଗୁଳିମାଡ଼ ଆରମ୍ଭ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ସେନା ପକ୍ଷରୁ ୨୪ […]
ଶ୍ରୀନଗର: ଜମ୍ମୁ କାଶ୍ମୀର ରାଜୌରୀ ଜିଲ୍ଲା ଏଲ୍ଓସି ନିକଟରେ ସନ୍ଦେହଜନକ ଗତିବିଧି ଜଣାପଡ଼ିବା ପରେ ସେନାବାହିନୀ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ଜମ୍ମୁ କାଶ୍ମୀରର ପୁଞ୍ଚ , ସାମ୍ବା ଏବଂ କଠୁଆ ଜିଲ୍ଲାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। କିରି ସେକ୍ଟରର ଚିଙ୍ଗୁସ ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲରେ ୩ ରୁ ୪ ଜଣ ବ୍ୟକ୍ତିଙ୍କ ଗତିବିଧି ଜଣାପଡ଼ିବା ପରେ ସେନା ପକ୍ଷରୁ ଗୁଳିମାଡ଼ ଆରମ୍ଭ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ସେନା ପକ୍ଷରୁ ୨୪ ରାଉଣ୍ଡ ଗୁଳିମାଡ଼ ହୋଇଛି ଏବଂ ଡ୍ରୋନ୍ ମୁତୟନ କରି ସର୍ଚ୍ଚ ଅପରେସନ୍ ଜାରି ରହିଛି। ତେବେ ବ୍ୟାପକ ଉଦ୍ୟମ ସତ୍ତ୍ବେ ଏଯାବତ କୌଣସି ସନ୍ଦିଗ୍ଧ ଧରାପଡ଼ିନାହାନ୍ତି। ଉଲ୍ଲେଖଯୋଗ୍ୟ, ଆତଙ୍କବାଦୀଙ୍କ ଗତିବିଧି ତଥା ଅନୁପ୍ରବେଶ ନେଇ ସୂଚନା ମିଳିବାପରେ ସିଆରପିଏଫ୍, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସ୍ବତନ୍ତ୍ର ଅପରେସନ୍ ଗ୍ରୁପ୍ର ଏକ ମିଳିତ ଟିମ୍ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। କଠୁଆ ଏବଂ ସାମ୍ବା ଜିଲ୍ଲାରେ ଅର୍ଦ୍ଧସାମରିକ ବଳ ସହାୟତାରେ ପୁଲିସ ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଗାଁ ଗୁଡ଼ିକରେ ସର୍ଚ୍ଚ ଅପରେସନ୍ କରିଛି।




