ଏଲ୍‌ଏସିରେ ଆଲୋଚନା ଓ ବୁଝାମଣାକୁ ଫଳପ୍ରଦ କରିବାକୁ ଭାରତୀୟ ଯବାନ ଶିଖିବେ ମଣ୍ଡାରିନ୍‌

ଅହମ୍ମଦାବାଦ: ଭାରତର ଉତ୍ତର ସୀମାନ୍ତ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ୨୦୨୦ର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଉଭୟ ଭାରତ ଓ ଚୀନ ଚୁକ୍ତି କରିଛନ୍ତି। ତେବେ ପୂର୍ବ ଭଳି ଏଲ୍‌ଏସିରେ ପାଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ ହେବ। ଏଭଳି ସ୍ଥିତିରେ ଦୁଇଦେଶର ସେନାଙ୍କ ମଧ୍ୟରେ ଆଲୋଚନା ଓ ବୁଝାମଣାକୁ ଅଧିକ ଫଳପ୍ରଦ କରିବାକୁ ଭାରତ ସରକାର ପଦକ୍ଷେପ ନେଇଛନ୍ତି। ଏଲ୍‌ଏସିରେ ନିୟୋଜିତ ଭାରତୀୟ ସେନା ଚୀନ ଭାଷା, ଅର୍ଥାତ୍‌ ମଣ୍ଡାରିନ୍‌ ଶିଖିବେ। ପ୍ରଥମ ପର୍ଯ୍ୟାୟରେ ଗୁଜରାଟ […]

Samaya Live Picture
Published On

ଅହମ୍ମଦାବାଦ: ଭାରତର ଉତ୍ତର ସୀମାନ୍ତ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ୨୦୨୦ର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଉଭୟ ଭାରତ ଓ ଚୀନ ଚୁକ୍ତି କରିଛନ୍ତି। ତେବେ ପୂର୍ବ ଭଳି ଏଲ୍‌ଏସିରେ ପାଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ ହେବ। ଏଭଳି ସ୍ଥିତିରେ ଦୁଇଦେଶର ସେନାଙ୍କ ମଧ୍ୟରେ ଆଲୋଚନା ଓ ବୁଝାମଣାକୁ ଅଧିକ ଫଳପ୍ରଦ କରିବାକୁ ଭାରତ ସରକାର ପଦକ୍ଷେପ ନେଇଛନ୍ତି। ଏଲ୍‌ଏସିରେ ନିୟୋଜିତ ଭାରତୀୟ ସେନା ଚୀନ ଭାଷା, ଅର୍ଥାତ୍‌ ମଣ୍ଡାରିନ୍‌ ଶିଖିବେ। ପ୍ରଥମ ପର୍ଯ୍ୟାୟରେ ଗୁଜରାଟ ଗାନ୍ଧୀନଗରର ରାଷ୍ଟ୍ରୀୟ ରକ୍ଷା ବିଶ୍ବବିଦ୍ୟାଳୟରୁ ଇଷ୍ଟର୍ନ କମାଣ୍ଡର ୨୦ ଯବାନ ଏହି ଭାଷାରେ ପୋଷ୍ଟ୍‌ଗ୍ରାଜୁଏଟ୍‌ ଡିପ୍ଲୋମା ପାସ୍‌ କରିଛନ୍ତି। ଏହି ପ୍ରଶିକ୍ଷଣ ସମ୍ପର୍କରେ ସୂଚନା ଦେଇ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିମଳ ପ୍ରସାଦ କହିଛନ୍ତି, ଏହି ଭାଷାର ବାର୍ତ୍ତାବାହକମାନେ ସୀମାପାର କଥାବାର୍ତ୍ତାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। କୂଟନୈତିକ ଯୁଗରେ ପ୍ରଭାବଶାଳୀ ଯୋଗାଯୋଗ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଅଟେ। ସେନାଯବାନଙ୍କ ଏହି ଭାଷାର ଦକ୍ଷତା କୂଟନୀତିକୁ ଏକ ରଣନୈତିକ ଦୃଷ୍ଟିକୋଣ ପ୍ରଦାନ କରିବ।

Tags: