ଏମ୍‌ଭିଏ ମେଣ୍ଟକୁ ୧୬୦ ଆସନରେ ଜିତିବାର ଅଫର୍‌ ମିଳିଥିଲା : ଶରଦ ପାୱାର

ନୂଆଦିଲ୍ଲୀ: ଏନ୍‌ସିପି(ଏସ୍‌ସିପି)ର ସଭାପତି ଶରଦ ପାୱାର ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭୋଟ୍‌ ଚୋରି’ ଅଭିଯୋଗକୁ ସମର୍ଥନ କରିବା ସହ ଏକ ବିସ୍ଫୋରକ ଦାବି କରିଛନ୍ତି। ପାୱାର କହିଛନ୍ତି, ଗତବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ୨ ଜଣ ବ୍ୟକ୍ତି ଆସି ଦିଲ୍ଲୀରେ ଭେଟିଥିଲେ ଏବଂ ୧୬୦ ଆସନରେ ଏମ୍‌ଭିଏ ‌ମେଣ୍ଟ ପାଇଁ ବିଜୟ ସୁନିଶ୍ଚିତ କରିବାକୁ ଅଫର୍‌ ଦେଇଥିଲେ। ପାୱାର ଏହାପରେ ଏହି ୨ ଜଣ ଲୋକଙ୍କୁ ନେଇ ରାହୁଲଙ୍କ ସହ ସାକ୍ଷାତ […]

ଏମ୍‌ଭିଏ ମେଣ୍ଟକୁ ୧୬୦ ଆସନରେ ଜିତିବାର ଅଫର୍‌ ମିଳିଥିଲା  : ଶରଦ ପାୱାର
Samaya Live Picture
Published On

ନୂଆଦିଲ୍ଲୀ: ଏନ୍‌ସିପି(ଏସ୍‌ସିପି)ର ସଭାପତି ଶରଦ ପାୱାର ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭୋଟ୍‌ ଚୋରି’ ଅଭିଯୋଗକୁ ସମର୍ଥନ କରିବା ସହ ଏକ ବିସ୍ଫୋରକ ଦାବି କରିଛନ୍ତି। ପାୱାର କହିଛନ୍ତି, ଗତବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ୨ ଜଣ ବ୍ୟକ୍ତି ଆସି ଦିଲ୍ଲୀରେ ଭେଟିଥିଲେ ଏବଂ ୧୬୦ ଆସନରେ ଏମ୍‌ଭିଏ ‌ମେଣ୍ଟ ପାଇଁ ବିଜୟ ସୁନିଶ୍ଚିତ କରିବାକୁ ଅଫର୍‌ ଦେଇଥିଲେ। ପାୱାର ଏହାପରେ ଏହି ୨ ଜଣ ଲୋକଙ୍କୁ ନେଇ ରାହୁଲଙ୍କ ସହ ସାକ୍ଷାତ କରାଇଥିଲେ। କିନ୍ତୁ ସେମାନେ ଦେଇଥିବା ଅଫର୍‌କୁ ସେ ଓ ରାହୁଲ ଉଭୟ ପ୍ରତ୍ୟାଖ୍ୟାନ କରିଥିବା‌ ପାୱାର କହିଛନ୍ତି। ଉଲ୍ଲେଖଯୋଗ୍ୟ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ମ୍ୟାଜିକ୍‌ ନମ୍ବର ହେଉଛି ୧୪୫।
ତେବେ ଶରଦ ଯେଉଁ ସମୟରେ ଏଭଳି ଦାବି କରିଛନ୍ତି ତାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ପ୍ରଶ୍ନ ଉଠାଇଛନ୍ତି। ଫଡ଼ନାବିସ ପ୍ରଶ୍ନ କରିଛନ୍ତି ଯେ ପାୱାର ଏବେ କାହିଁକି ଏହି କଥା କହିଲେ । ଏତେବର୍ଷ ହେବ ସେ କହିଁକି ପାଟି ଖୋଲୁନଥିଲେ। ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଏଭଳି ଅବାନ୍ତର ଦାବି ପୂର୍ବରୁ ସେ ଦୀର୍ଘକାଳ ଧରି କୁଆ‌ଡ଼େ ଯାଇଥି‌ଲେ। ଏହା ଇଣ୍ଡି ମେଣ୍ଟ ବୈଠକର ପ୍ରଭାବ କି ବୋଲି ଫଡ଼ନାବିସ ପ୍ରଶ୍ନ କରିଛନ୍ତି। ରାହୁଲ ଗାନ୍ଧୀ ନିର୍ବାଚନ କମିସନ୍‌ଙ୍କ ବିରୋଧରେ କରିଥିବା ଅଭିଯୋଗର ବିସ୍ତୃତ ତଦନ୍ତ ହେବା ଉଚିତ ବୋଲି ଶରଦ ପାୱାର ଦାବି କରିଛନ୍ତି।

Tags: