ଏମିତି ବ ମୃତ୍ୟୁ ଆସେ: ପ୍ରେସ୍ମିଟ୍ ବେଳେ ହୃଦ୍ଘାତରେ ମୃତ୍ୟୁବରଣ କଲେ କଂଗ୍ରେସ କର୍ମୀ
ବେଙ୍ଗାଲୁରୁ: ସ୍ଥାନୀୟ ପ୍ରେସ୍ କ୍ଲବ୍ରେ ଚାଲିଥିବା ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ସର୍ବସମ୍ମୁଖରେ ହୃଦ୍ଘାତରେ ଟଳି ପଡିଲେ କର୍ଣ୍ଣାଟକ କଂଗ୍ରେସ କର୍ମୀ ତଥା କୋଲାର ଜିଲ୍ଲାର କୁରୁବା ସଂଗଠନର ସଭାପତି ସିକେ ରବିଚନ୍ଦ୍ରନ୍। କର୍ଣ୍ଣାଟକର ବହୁ ଚର୍ଚ୍ଚିତ ମହୀଶୂର ଅର୍ବାନ୍ ଡେଭଲପମେଣ୍ଟ ଅଥରିଟି ଦୁର୍ନୀତି ପ୍ରସଙ୍ଗରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ପ୍ରେସ୍ମିଟ୍ରେ ସେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରୁଥିବା ସମୟରେ ଚୌକି ଉପରେ ବସିଥିବା ବେଳେ ତାଙ୍କ ହାତରୁ ହଠାତ୍ ମାଇକ୍ରୋଫୋନ୍ଟି ତଳେ ଖସ ପଡିଥିଲା। […]
ବେଙ୍ଗାଲୁରୁ: ସ୍ଥାନୀୟ ପ୍ରେସ୍ କ୍ଲବ୍ରେ ଚାଲିଥିବା ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ସର୍ବସମ୍ମୁଖରେ ହୃଦ୍ଘାତରେ ଟଳି ପଡିଲେ କର୍ଣ୍ଣାଟକ କଂଗ୍ରେସ କର୍ମୀ ତଥା କୋଲାର ଜିଲ୍ଲାର କୁରୁବା ସଂଗଠନର ସଭାପତି ସିକେ ରବିଚନ୍ଦ୍ରନ୍। କର୍ଣ୍ଣାଟକର ବହୁ ଚର୍ଚ୍ଚିତ ମହୀଶୂର ଅର୍ବାନ୍ ଡେଭଲପମେଣ୍ଟ ଅଥରିଟି ଦୁର୍ନୀତି ପ୍ରସଙ୍ଗରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ପ୍ରେସ୍ମିଟ୍ରେ ସେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରୁଥିବା ସମୟରେ ଚୌକି ଉପରେ ବସିଥିବା ବେଳେ ତାଙ୍କ ହାତରୁ ହଠାତ୍ ମାଇକ୍ରୋଫୋନ୍ଟି ତଳେ ଖସ ପଡିଥିଲା। ପରେ ସେ ଥରି ଥରି ନିଜ ଚୌକିରୁ ତଳେ ପଡି ଯାଇଥିଲେ। ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହି ଘଟଣାରେ ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତୁ ତାଙ୍କୁ ସେଠାରୁ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ ଯେ ରବିଚନ୍ଦ୍ରନ କଂଗ୍ରେସ ଅଭିଯାନ କମିଟିର ସଦସ୍ୟ ଥିଲେ। ମହୀଶୂର ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ରାଜ୍ୟପାଳଙ୍କ ବିରୋଧରେ ସେ ପ୍ରେସ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରୁଥିଲେ।




