ଏମଫିଲ୍ ପାଠ୍ୟକ୍ରମ ଅବୈଧ : ୟୁଜିସି
ନୂଆଦିଲ୍ଲୀ : ସ୍ନାତକୋତ୍ତର ଉପାଧି ପରେ ମାଷ୍ଟର ଅଫ୍ ଫିଲୋସଫି (ଏମଫିଲ୍) ମର୍ଯାଦାପୂର୍ଣ୍ଣ ଉପାଧି ବୋଲି ବିବେଚନା କରାଯାଏ। କିନ୍ତୁ ବର୍ତମାନ ଏମଫିଲ୍ ସହ ଜଡ଼ିତ ଏହି ମର୍ଯାଦା ହଟିଯାଇଛି। ୟୁନିଭର୍ସିଟି ଗ୍ରାଣ୍ଟସ୍ କମିସନ (ୟୁଜିସି) ନିୟାମକ, ୨୦୨୨ର ଧାରା ୧୪ ଅନୁସାରେ ଏହାର ମାନ୍ୟତାକୁ ସବୁଦିନ ପାଇଁ ହଟାଇଦିଆଯାଇଛି। କିନ୍ତୁ ଏହା ସତ୍ତ୍ବେ ଦେଶର ଅନେକ ବିଶ୍ବବିଦ୍ୟାଳୟ ଏହି ଶିକ୍ଷାଗତ ଉପାଧି ପ୍ରଦାନ କରୁଥିବାରୁ ଆଜି ୟୁଜିସି ପକ୍ଷରୁ ସତର୍କତାମୂଳକ ବିଜ୍ଞପ୍ତି ଜାରି କରାଯାଇଛି। କିଛି […]
ନୂଆଦିଲ୍ଲୀ : ସ୍ନାତକୋତ୍ତର ଉପାଧି ପରେ ମାଷ୍ଟର ଅଫ୍ ଫିଲୋସଫି (ଏମଫିଲ୍) ମର୍ଯାଦାପୂର୍ଣ୍ଣ ଉପାଧି ବୋଲି ବିବେଚନା କରାଯାଏ। କିନ୍ତୁ ବର୍ତମାନ ଏମଫିଲ୍ ସହ ଜଡ଼ିତ ଏହି ମର୍ଯାଦା ହଟିଯାଇଛି। ୟୁନିଭର୍ସିଟି ଗ୍ରାଣ୍ଟସ୍ କମିସନ (ୟୁଜିସି) ନିୟାମକ, ୨୦୨୨ର ଧାରା ୧୪ ଅନୁସାରେ ଏହାର ମାନ୍ୟତାକୁ ସବୁଦିନ ପାଇଁ ହଟାଇଦିଆଯାଇଛି। କିନ୍ତୁ ଏହା ସତ୍ତ୍ବେ ଦେଶର ଅନେକ ବିଶ୍ବବିଦ୍ୟାଳୟ ଏହି ଶିକ୍ଷାଗତ ଉପାଧି ପ୍ରଦାନ କରୁଥିବାରୁ ଆଜି ୟୁଜିସି ପକ୍ଷରୁ ସତର୍କତାମୂଳକ ବିଜ୍ଞପ୍ତି ଜାରି କରାଯାଇଛି। କିଛି ଦିନ ପୂର୍ବେ ୟୁଜିସି ପକ୍ଷରୁ ଏନେଇ ସମସ୍ତ ବିଶ୍ବବିଦ୍ୟାଳୟକୁ ଚିଠି ଜାରି କରାଯାଇଥିଲା। ୨୦୨୩-୨୪ରେ ଏମଫିଲ୍ ପାଠ୍ୟକ୍ରମ ପାଇଁ ଆବେଦନ ଗ୍ରହଣ ନ କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ୟୁଜିସି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଅନେକ ବିଶ୍ବବିଦ୍ୟାଳୟରେ ଏମଫିଲ୍ ପାଠ୍ୟକ୍ରମ ପାଇଁ ଆବେଦନ ଗ୍ରହଣ କରାଯାଉଥିବା ଘଟଣା ସେମାନଙ୍କ ନଜରକୁ ଆସିଛି। ଯେଉଁ ବିଶ୍ବବିଦ୍ୟାଳୟ ଏଭଳି ଆବେଦନ ଗ୍ରହଣ କରୁଛନ୍ତି ସେମାନେ ଏଥିରୁ ବିରତ ରୁହନ୍ତୁ ଏବଂ ଛାତ୍ରଛାତ୍ରୀମାନେ ଏଭଳି ଏମଫିଲ୍ ପାଠ୍ୟକ୍ରମରେ ନାମ ଲେଖାନ୍ତୁ ନାହିଁ।




