ଏବେ ମାଫିଆ ଉତ୍ତରପ୍ରଦେଶରେ କାହାକୁ ଧମକ ଦେଇପାରିବେନି : ଯୋଗୀ
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏବେ ଆଉ ମାଫିଆ କାହାକୁ ଧମକ ଦେଇ ପାରିବେନି। ଗ୍ୟାଙ୍ଗଷ୍ଟର ଅତିକ ଅହମଦର ହତ୍ୟା ପରେ ଏବଂ ଅତିକର ପୁଅ ଅସଦର ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ହେବାପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଯୋଗୀ କହିଛନ୍ତି, ୨୦୧୭ ପୂର୍ବରୁ ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଅତି ଖରାପ ଥିଲା। ରାଜ୍ୟରେ ବାରମ୍ବାର ଦଙ୍ଗା ହେଉଥିଲା। କିନ୍ତୁ ଏବେ ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଠିକ ଅଛି। ଆଗକୁ ଆଉ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏବେ ଆଉ ମାଫିଆ କାହାକୁ ଧମକ ଦେଇ ପାରିବେନି। ଗ୍ୟାଙ୍ଗଷ୍ଟର ଅତିକ ଅହମଦର ହତ୍ୟା ପରେ ଏବଂ ଅତିକର ପୁଅ ଅସଦର ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ହେବାପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଯୋଗୀ କହିଛନ୍ତି, ୨୦୧୭ ପୂର୍ବରୁ ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଅତି ଖରାପ ଥିଲା। ରାଜ୍ୟରେ ବାରମ୍ବାର ଦଙ୍ଗା ହେଉଥିଲା। କିନ୍ତୁ ଏବେ ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଠିକ ଅଛି। ଆଗକୁ ଆଉ କୌଣସି ମାଫିଆ ଉତ୍ତରପ୍ରଦେଶରେ କାହାକୁ ଧମକାଇ ପାରିବେନି। ରାଜ୍ୟରେ ଶାନ୍ତି ବଜାୟ ରଖିବାପାଇଁ ଏବଂ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି।




