ଏପ୍ରିଲ ୧୬ରେ ହେବ ଲୋକସଭା ନିର୍ବାଚନ ?

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧୬ ତାରିଖରେ ୨୦୨୪ ଲୋକସଭା ନିର୍ବାଚନ ହେବ ବୋଲି ଆଜି ଖବର ପ୍ରସାରିତ ହେବାରେ ଲାଗିଲ। ତେବେ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ଏପେଇ ସ୍ପଷ୍ଟୀକରଣ ଦେଇଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ନିର୍ବାଚନ ତାରିଖ ବିଷୟରେ ଚର୍ଚ୍ଚା ଜୋର ଧରିଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ନିର୍ବାଚନ ଆୟୋଗ ଏପ୍ରିଲ ୧୬ରେ ନିର୍ବାଚନ ହେବ ବୋଲି ଆପାତତଃ ଧାର୍ଯ୍ୟ କରିଛନ୍ତି। ଦିଲ୍ଲୀର ସମସ୍ତ ୧୧ […]

Samaya Live Picture
Published On

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧୬ ତାରିଖରେ ୨୦୨୪ ଲୋକସଭା ନିର୍ବାଚନ ହେବ ବୋଲି ଆଜି ଖବର ପ୍ରସାରିତ ହେବାରେ ଲାଗିଲ। ତେବେ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ଏପେଇ ସ୍ପଷ୍ଟୀକରଣ ଦେଇଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ନିର୍ବାଚନ ତାରିଖ ବିଷୟରେ ଚର୍ଚ୍ଚା ଜୋର ଧରିଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ନିର୍ବାଚନ ଆୟୋଗ ଏପ୍ରିଲ ୧୬ରେ ନିର୍ବାଚନ ହେବ ବୋଲି ଆପାତତଃ ଧାର୍ଯ୍ୟ କରିଛନ୍ତି। ଦିଲ୍ଲୀର ସମସ୍ତ ୧୧ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଏପ୍ରିଲ ୧୬ ତାରିଖରେ ଭୋଟ୍ ଗ୍ରହଣ କରିବାପାଇଁ ରେଫର କରାଯାଇଥିଲା। କିନ୍ତୁ ଏହା ଧାର୍ଯ୍ୟ ତାରିଖ ନୁହେଁ । ତେବେ ଏପ୍ରିଲ ମାସର ଯେ କୌଣସି ଦିନଠାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ପର୍ଯ୍ୟାୟକ୍ରମେେ ମେ ମାସ ପର୍ଯ୍ୟନ୍ତ ଚାଲିପାରେ ବୋଲି କୁହାଯାଉଛି।

Tags: