ଏପ୍ରିଲ ୧୫ ତାରିଖରେ କେଜ୍ରିୱାଲଙ୍କୁ ତିହାର ଜେଲରେ ଭେଟିବେ ପଂଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଆସନ୍ତା ଏପ୍ରିଲ ୧୫ ତାରିଖରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବେ। କଡ଼ା ସୁରକ୍ଷା ମଧ୍ୟରେ ମୁଲାକାତ ଜଙ୍ଗଲାରେ ଏହି ବୈଠକ ହେବ। ମାନଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ମିଳିବ। କେଜ୍ରିୱାଲଙ୍କୁ ଗିରଫ ପରଠାରୁ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଏବଂ ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ବୈଭବ କୁମାର ତାଙ୍କୁ ଜେଲରେ ୩ ଥର ଭେଟି ସାରିଲେଣି। ତେବେ କେଜ୍ରିୱାଲଙ୍କ ସହ ମାନଙ୍କ ସାକ୍ଷାତ ପ୍ରସଙ୍ଗରେ ତିହାର […]

Samaya Live Picture
Published On

ନୂଆଦିଲ୍ଲୀ : ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଆସନ୍ତା ଏପ୍ରିଲ ୧୫ ତାରିଖରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବେ। କଡ଼ା ସୁରକ୍ଷା ମଧ୍ୟରେ ମୁଲାକାତ ଜଙ୍ଗଲାରେ ଏହି ବୈଠକ ହେବ। ମାନଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ମିଳିବ। କେଜ୍ରିୱାଲଙ୍କୁ ଗିରଫ ପରଠାରୁ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଏବଂ ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ବୈଭବ କୁମାର ତାଙ୍କୁ ଜେଲରେ ୩ ଥର ଭେଟି ସାରିଲେଣି। ତେବେ କେଜ୍ରିୱାଲଙ୍କ ସହ ମାନଙ୍କ ସାକ୍ଷାତ ପ୍ରସଙ୍ଗରେ ତିହାର ଜେଲ ଅଧିକାରୀ, ଦିଲ୍ଲୀ ପୁଲିସ ଏବଂ ପଂଜାବ ପୁଲିସ ଆଜି ଦିନରେ ବୈଠକ କରିଥିଲେ। ପଂଜାବ ଅତିରିକ୍ତ ପୁଲିସ ଡିଜି ଏକେ ପାଣ୍ଡେ ଏବଂ ଜଣେ ଆସିଷ୍ଟାଣ୍ଟ ପୁଲିସ କମିସନର ବୈଠକରେ ଉପସ୍ଥିତ ଥିଲେ। ତିହାରରେ ଡିଆଇଜି ରାଜୀବ ପରିହାରଙ୍କ ଅଫିସରେ ଆଜି ପୂର୍ବାହ୍ନ ୧୧ଟାରେ ଏହି ବୈଠକ ହୋଇଥିଲା।

Tags: