ଏପ୍ରିଲରୁ ଜୁନ୍ ଭୀଷଣ ତାତି, କେନ୍ଦ୍ରୀୟ ଏବଂ ପଶ୍ଚିମ ଅଂଶ ସର୍ବାଧିକ ପ୍ରଭାବିତ ହେବ

ନୂଆଦିଲ୍ଲୀ : ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେବ। କେନ୍ଦ୍ରୀୟ ଏବଂ ପଶ୍ଚିମ ଅଂଶ ଗରମ ଯୋଗୁଁ ସର୍ବାଧିକ ପ୍ରଭାବିତ ହେବ ବୋଲି ଆଇଏମଡି (ଭାରତୀୟ ପାଣିପାଗ ବିଭାଗ) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ପଶ୍ଚିମ ହିମାଳୟ ଅଞ୍ଚଳ, ଉତ୍ତରପୂର୍ବ ରାଜ୍ୟ ଏବଂ ଉତ୍ତର ଓଡ଼ିଶାରେ ସ୍ବାଭାବିକ ଏବଂ ସ୍ବାଭାବିକଠାରୁ ଅଧିକ ତାପମାତ୍ରା ରହିବ। କିନ୍ତୁ ଉତ୍ତର ଏବଂ କେନ୍ଦ୍ରୀୟ ସମତଳ ଅଞ୍ଚଳରେ ଏହି ସମୟ ମଧ୍ୟରେ ମାତ୍ରାଧିକ ଗରମ ହେବ […]

Samaya Live Picture
Published On

ନୂଆଦିଲ୍ଲୀ : ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେବ। କେନ୍ଦ୍ରୀୟ ଏବଂ ପଶ୍ଚିମ ଅଂଶ ଗରମ ଯୋଗୁଁ ସର୍ବାଧିକ ପ୍ରଭାବିତ ହେବ ବୋଲି ଆଇଏମଡି (ଭାରତୀୟ ପାଣିପାଗ ବିଭାଗ) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ପଶ୍ଚିମ ହିମାଳୟ ଅଞ୍ଚଳ, ଉତ୍ତରପୂର୍ବ ରାଜ୍ୟ ଏବଂ ଉତ୍ତର ଓଡ଼ିଶାରେ ସ୍ବାଭାବିକ ଏବଂ ସ୍ବାଭାବିକଠାରୁ ଅଧିକ ତାପମାତ୍ରା ରହିବ। କିନ୍ତୁ ଉତ୍ତର ଏବଂ କେନ୍ଦ୍ରୀୟ ସମତଳ ଅଞ୍ଚଳରେ ଏହି ସମୟ ମଧ୍ୟରେ ମାତ୍ରାଧିକ ଗରମ ହେବ ଗ୍ରୀଷ୍ମଲହରି ଅନୁଭୂତ ହେବ। ସ୍ବାଭାବିକ ଭାବେ ୪ରୁ ୮ ଦିନର ଗ୍ରୀଷ୍ମଲହରୀ ତୁଳନାରେ ଚଳିତବର୍ଷ ଦେଶରେ ୧୦ରୁ ୨୦ ଦିନ ଗ୍ରୀଷ୍ମଲହରୀ ଅନୁଭୂତ ହେବ। ଗୁଜରାଟ, କେନ୍ଦ୍ରୀୟ ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ଓଡ଼ିଶା, ଉତ୍ତର ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରେ ଏପ୍ରିଲ ମାସରେ ସବୁଠାରୁ ସାଂଘାତିକ ଗ୍ରୀଷ୍ମଲହରୀ ଅନୁଭୂତ ହେବ।

Tags: