ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘରେ ନିଆଁ ଲଗାଇଦେଲେ ମରାଠା କୋଟା ଆନ୍ଦୋଳନକାରୀ

ମୁମ୍ବାଇ: ମରାଠା କୋଟା ପ୍ରସଙ୍ଗକୁ ନେଇ ପୁଣିଥରେ ଆନ୍ଦୋଳନ ତେଜିଥିବାବେଳେ ଆଜି କିଛି ଆନ୍ଦୋଳନକାରୀ ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଏନ୍ସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘର ଭଙ୍ଗାରୁଜା କରିଛନ୍ତି ଏବଂ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ମରାଠା କୋଟାକୁ ସମର୍ଥନ କରୁଥିବା ଜଣେ ସାମାଜିକ କର୍ମୀ ମନୋଜ ଜରାଙ୍ଗେ ପାଟିଲଙ୍କ ଅନାହାର ଅନଶନ ବିରୋଧରେ ସୋଲାଙ୍କେ ଦେଇଥିବା ଏକ ଟିପ୍ପଣୀକୁ ବିରୋଧ କରି ତାଙ୍କ ଘରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଛନ୍ତି। ଆନ୍ଦୋଳନକାରୀମାନେ ଆଜି ସକାଳେ […]

Samaya Live Picture
Published On

ମୁମ୍ବାଇ: ମରାଠା କୋଟା ପ୍ରସଙ୍ଗକୁ ନେଇ ପୁଣିଥରେ ଆନ୍ଦୋଳନ ତେଜିଥିବାବେଳେ ଆଜି କିଛି ଆନ୍ଦୋଳନକାରୀ ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଏନ୍ସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘର ଭଙ୍ଗାରୁଜା କରିଛନ୍ତି ଏବଂ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ମରାଠା କୋଟାକୁ ସମର୍ଥନ କରୁଥିବା ଜଣେ ସାମାଜିକ କର୍ମୀ ମନୋଜ ଜରାଙ୍ଗେ ପାଟିଲଙ୍କ ଅନାହାର ଅନଶନ ବିରୋଧରେ ସୋଲାଙ୍କେ ଦେଇଥିବା ଏକ ଟିପ୍ପଣୀକୁ ବିରୋଧ କରି ତାଙ୍କ ଘରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଛନ୍ତି। ଆନ୍ଦୋଳନକାରୀମାନେ ଆଜି ସକାଳେ ସୋଲାଙ୍କେଙ୍କ ବାସଭବନକୁ ପଥର ମାଡ଼ କରିବା ସହ ତାଙ୍କ ଘର ବାହାରେ ପାର୍କିଂ ହୋଇଥିବା ଗାଡ଼ି ଗୁଡ଼ିକୁ ଭାଙ୍ଗି ଦେଇଛନ୍ତି। ସୋଲାଙ୍କେ ହେଉଛନ୍ତି ଅଜିତ ପାୱାରଙ୍କ ନେତୃତ୍ବାଧୀନ ଏନ୍ସିପି ଗୋଷ୍ଠୀର। ଉକ୍ତ ଘଟଣାରେ ସୋଲାଙ୍କେ କହିଛନ୍ତି, ମୁଁ ଘରେ ଥିବା ସମୟରେ ମୋ ଘରେ ଆକ୍ରମଣ ହୋଇଛି। କିନ୍ତୁ ସୌଭାଗ୍ୟ ବସତଃ ମୋ ପରିବାର ସଦସ୍ୟ ସୁରକ୍ଷିତ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସୋଲାଙ୍କେଙ୍କର ଏକ ଅଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଅଡିଓ କ୍ଲିପ୍ରେ ସୋଲାଙ୍କେ କହୁଛନ୍ତି, କୋଟା ଦାବି ପ୍ରସଙ୍ଗ ଏବଂ ଏହା କାର୍ଯ୍ୟକାରୀ କରିବାପାଇଁ ସରକାରଙ୍କୁ ୪୦ ଦିନ ସମୟ ଦେବା ଏକ ପିଲା ଖେଳ। ପାଟିଲଙ୍କୁ କଟାକ୍ଷ କରି ସୋଲାଙ୍କେ କହିଥିଲେ , ଜଣେ ବ୍ୟକ୍ତି ଯିଏ କେବେହେଲେ ପଞ୍ଚାୟତ ନିର୍ବାଚନ ଲଢ଼ିନାହାନ୍ତି ଆଜି ସେ ଜଣେ ସ୍ମାର୍ଟ ବ୍ୟକ୍ତି ପାଲଟି ଯାଇଛନ୍ତି। ତାଙ୍କର ଏହି ଟିପ୍ପଣୀକୁ ବିରୋଧ କରି ତାଙ୍କ ଘର ଉପରେ ଆକ୍ରମଣ ହୋଇଛି। ଉକ୍ତ ଘଟଣାକୁ ଏନ୍ସିପି କଡ଼ା ନିନ୍ଦା କରିଛି।

Tags: