ଏନ୍ସିପି ନେତାମାନେ କାହିଁକି ବିଦ୍ରୋହ କଲେ ତାହା ଖୁବ୍ଶୀଘ୍ର ସମସ୍ତେ ଜାଣିବେ : ଶରଦ ପାୱାର
ନୂଆଦିଲ୍ଲୀ : ଏନ୍ସିପି ନେତା ଅଜିତ ପାୱାର ଏବଂ ଅନ୍ୟ ୮ ଜଣ ବିଧାୟକ ଆଜି ସିନ୍ଦେ ସରକାରରେ ସାମିଲ ହେବାପରେ ଏନ୍ସିପି ସୁପ୍ରିମୋ ଶରଦ ପାୱାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଏନ୍ସିପି ମୁଖ୍ୟ ଶରଦ ପାୱାର କହିଛନ୍ତି, କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୁଁ ଆସନ୍ତା ଜୁଲାଇ ୬ ତାରିଖରେ ସମସ୍ତ ନେତାମାନଙ୍କର ଏକ ବୈଠକ ଡାକିଥିଲି। ଦଳରେ କିଛି ପରିବର୍ତ୍ତନ ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ମୋର […]
ନୂଆଦିଲ୍ଲୀ : ଏନ୍ସିପି ନେତା ଅଜିତ ପାୱାର ଏବଂ ଅନ୍ୟ ୮ ଜଣ ବିଧାୟକ ଆଜି ସିନ୍ଦେ ସରକାରରେ ସାମିଲ ହେବାପରେ ଏନ୍ସିପି ସୁପ୍ରିମୋ ଶରଦ ପାୱାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଏନ୍ସିପି ମୁଖ୍ୟ ଶରଦ ପାୱାର କହିଛନ୍ତି, କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୁଁ ଆସନ୍ତା ଜୁଲାଇ ୬ ତାରିଖରେ ସମସ୍ତ ନେତାମାନଙ୍କର ଏକ ବୈଠକ ଡାକିଥିଲି। ଦଳରେ କିଛି ପରିବର୍ତ୍ତନ ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ମୋର କିଛି ସହକର୍ମୀ ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଏହି ନେତାମାନେ କାହିଁକି ସିନ୍ଦେ ସେନା-ବିଜେପି ମେଣ୍ଟରେ ହାତ ମିଳାଇଲେ ତାହା ଆସନ୍ତା କିଛି ଦିନ ମଧ୍ୟରେ ଲୋକମାନେ ଜାଣିପାରିବେ। ଯେଉଁମାନେ ସିନ୍ଦେ ସରକାରରେ ଯୋଗ ଦେଇଛନ୍ତି ସେମାନେ ମତେ ଯୋଗାଯୋଗ କରିଥିଲେ। ବିଜେପି ଦଳରୁ ସେମାନଙ୍କୁ ନିମନ୍ତ୍ରଣ ମିଳିଛି ବୋଲି ସେମାନେ ଅବଗତ କରିଥିଲେ। ପାୱାର କହିଛନ୍ତି, ୧୯୮୦ରେ ବି ମୁଁ ଏଭଳି ଏକ ସମାନ ସ୍ଥିତି ଦେଇ ଗତି କରିଛି। ଏଭଳି ସ୍ଥିତି ମୋ ପାଇଁ ନୂଆ ନୁହେଁ। ୧୯୮୦ରେ ଯେଉଁ ଦଳର ମୁଁ ନେତୃତ୍ବ ନେଇଥିଲି ୫୮ ଜଣ ବିଧାୟକ ଥିଲେ। ପରେ କେବଳ ୫ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଛାଡ଼ି ଦେଇଥିଲେ। କିନ୍ତୁ ମୁଁ ଦୃଢ଼ତାର ସହ ଲଢ଼ିଲି। ଯେଉଁମାନେ ମୋ ହାତ ଛାଡ଼ିଥିଲେ ସେମାନେ ସମସ୍ତେ ନିର୍ବାଚନରେ ହାରିଥିଲେ। ମୋର ଲୋକମାନଙ୍କ ଉପରେ ବିଶ୍ବାସ ଅଛି। ମୁଁ ଆହୁରି ଅଧିକ ଶକ୍ତ ହୋଇ ଫେରିବି ବୋଲି ମୋର ଦୃଢ଼ ବିଶ୍ବାସ ରହିଛି। ତେବେ ଉକ୍ତ ୯ ବିଧାୟକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ପାୱାର କହିଛନ୍ତି।




