ଏନ୍ସିପିକୁ ସୁଦୃଢ଼ କରିବାପାଇଁ ଶରଦଙ୍କ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ
ନୂଆଦିଲ୍ଲୀ : ବରିଷ୍ଠ ଏନ୍ସିପି ନେତା ଶରଦ ପାୱାର ତାଙ୍କ ନିଜ ହାତରେ ଗଢ଼ିଥିବା ୨୪ ବର୍ଷର ଏନ୍ସିପି ଦଳକୁ ପୁଣିଥରେ ସୁଦୃଢ଼ କରିବାପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଶରଦ ପାୱାର ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପାୱାର ବିଭିନ୍ନ ଜିଲ୍ଲା ବୁଲିବେ। ଗତକାଲି ସେ ଦଳର ବିଦ୍ରୋହୀ ନେତା ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଛଗନ ଭୁଜବଳଙ୍କ ନିର୍ବାଚନ ମଣ୍ଡଳୀ ନାଶିକ ଜିଲ୍ଲାର ୟେବଲାରେ ରାଲି କରିଛନ୍ତି। ରାଲିରେ ଶରଦ ପାୱାର କହିଛନ୍ତି, […]
ନୂଆଦିଲ୍ଲୀ : ବରିଷ୍ଠ ଏନ୍ସିପି ନେତା ଶରଦ ପାୱାର ତାଙ୍କ ନିଜ ହାତରେ ଗଢ଼ିଥିବା ୨୪ ବର୍ଷର ଏନ୍ସିପି ଦଳକୁ ପୁଣିଥରେ ସୁଦୃଢ଼ କରିବାପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଶରଦ ପାୱାର ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପାୱାର ବିଭିନ୍ନ ଜିଲ୍ଲା ବୁଲିବେ। ଗତକାଲି ସେ ଦଳର ବିଦ୍ରୋହୀ ନେତା ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଛଗନ ଭୁଜବଳଙ୍କ ନିର୍ବାଚନ ମଣ୍ଡଳୀ ନାଶିକ ଜିଲ୍ଲାର ୟେବଲାରେ ରାଲି କରିଛନ୍ତି। ରାଲିରେ ଶରଦ ପାୱାର କହିଛନ୍ତି, ଅଜିତ ପାୱାରଙ୍କ ସହ ଯାଇଥିବା ସମସ୍ତ ଏନ୍ସିପି ନେତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବ। କିଛି ଲୋକଙ୍କୁ ବିଶ୍ବାସ କରି ମୁଁ ଭୁଲ୍ କରିଦେଇଛି। କିନ୍ତୁ ଏହି ଭୁଲ୍ ମୁଁ ଆଉ ଦୋହରାଇବିନି। ଅଜିତ ପାୱାର ତାଙ୍କ ବୟସକୁ ନେଇ ଯେଉଁ ଟିପ୍ପଣୀ ଦେଇଥିଲେ ଶରଦ ପାୱାର ଆଜି ତାହାର କଡ଼ା ଜବାବ ରଖିଛନ୍ତି। ଶରଦ ପାୱାର କହିଛନ୍ତି, ଦଳୀୟ କର୍ମୀମାନେ ଚାହୁଥିବାରୁ ମୁଁ ମୋ କାର୍ଯ୍ୟ ଜାରି ରଖିଛି। ଆପଣମାନେ ଜାଣନ୍ତି କି ମୋରାରଜୀ ଦେଶାଇ କେଉଁ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ମୁଁ ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀ ହେବାପାଇଁ ଚାହୁନାହିଁ। କିନ୍ତୁ କେବଳ ଲୋକମାନଙ୍କର ସେବା କରିବାପାଇଁ ଚାହୁଛି।




